ଟ୍ରେନରେ ଜିନିଷ ଚୋରି ହେଲେ କିପରି ଏବଂ କାହାକୁ କରିବେ ଅଭିଯୋଗ ! ଜାଣନ୍ତୁ ଅଭିଯୋଗ କରିବାର ପୁରା ପ୍ରକ୍ରିୟା ।

36

ସାଧାରଣତଃ ଟ୍ରେନରେ ଯିବା ସମୟରେ ଅନେକ ଲୋକଙ୍କର ଅନେକ ମୂଲ୍ୟବାନ ଜିନିଷ ଟ୍ରେନରୁ ଚୋରି ହୋଇଥିବା ଘଟଣା ସମ୍ନାକୁ ଆସିଛି । କେତେବେଳେ ମୋବାଇଲ ଚୋରି ହୋଇଥାଏ ତ ଆଉ କେତେବେଳେ ବ୍ୟାଗ୍ କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି ହୋଇଥାଏ । ଏଥି ସବୁ ମଧ୍ୟରେ ଲୋକମାନେ ଚୋରି ଘଟଣାକୁ ନେଇ କେଉଁଠାରେ ଅଭିଯୋଗ କରିବେ ଏବଂ କାହା ପାଖରେ ଅଭିଯୋଗ କରିବେ ତାହା ଜାଣି ପାରିନଥାନ୍ତି । ତେବେ ଆସନ୍ତୁ ଜାଣିବା ଟ୍ରେନରୁ ଆପଣଙ୍କ ଜିନିଷ ଚୋରି ହେଲେ କେଉଁଠାରେ ଅଭିଯୋଗ କରିବେ । ଆପଣ ନିମ୍ନରେ ଉଲ୍ଲେଖ କରାଯାଇଥିବା ପ୍ରକ୍ରିୟାରେ ଅଭିଯୋଗ ଆଣି ନିଜ ହଜିଥିବା ଜିନିଷ ଫେରସ୍ତ ପାଇପାରିବେ। ଅଥବା ଅତିକମରେ ରେଳବାଇ ପକ୍ଷରୁ ଆପଣଙ୍କୁ କ୍ଷତିପୂରଣ ମିଳିବ।

ପ୍ରଣାଳୀ:

ଚୋରି ହେବା ସଙ୍ଗେ ସଙ୍ଗେ ପ୍ରଥମେ ଆପଣ ଟିଟିଇ, କୋଚ୍ ଆଟେଣ୍ଡନାଣ୍ଟ୍ କିମ୍ବା ଗାର୍ଡଙ୍କୁ କହି ଅଭିଯୋଗ କରନ୍ତୁ।

ସେମାନେ ଆପଣଙ୍କୁ ଏକ ଏଫଆଇଆର୍ ଫର୍ମ ପ୍ରଦାନ କରିବେ। ନିଜର ଜ୍ଞାନ ଲଗାଇ ତାହାକୁ ପୂରଣ କରନ୍ତୁ।

ଆପଣଙ୍କ ଦ୍ୱାରା କରାଯାଇଥିବା ଏହି ଅଭିଯୋଗକୁ ସେମାନେ ପୁଲିସ୍ ର୍ଷ୍ଟେସନକୁ ପରଓ୍ଵାର୍ଡ କରିବେ। ସେଠାରେ ଆପଣଙ୍କ ମାମଲାର ତଦନ୍ତ ହେବ।

ଆପଣଙ୍କ ଯାହା ସବୁ ଚୋରି ହୋଇଛି ତାହାର ଏକ ସ୍ପଷ୍ଟ ତାଲିକା କରି ଦିଅନ୍ତୁ। ତାହା ପୁଲିସକୁ ତଦନ୍ତ କାର‌୍ୟ୍ୟରେ ସହାୟ ହେବ।

କେବଳ ଅଫଲାଇନ୍ ନୁହେଁ, ଆପଣ ଚାହିଁଲେ ଅନଲାଇନରେ ମଧ୍ୟ ଅଭିଯୋଗ ଆଣିପାରିବେ। ଆପଣଙ୍କୁ ଆଇଆର୍ସିଟିସିର ୱେବସାଇଟକୁ ଯାଇ ଅଭିଯୋଗ କରିବାକୁ ହେବ।