ଡାକ୍ତରଖାନାରେ ଦଲାଲ ରାଜ୍ ବନ୍ଦ କରିବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର ! ମେଡିକାଲ ଓ ରୋଗୀଙ୍କ ମଧ୍ୟରେ ମଧ୍ୟସ୍ଥି କରୁଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

302

କନକ ବ୍ୟୁରୋ :ହସ୍ପିଟାଲରେ ଦଲାଲରାଜ ହଟାଇବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଏଣିକି ହସ୍ପିଟାଲ ଓ ରୋଗୀଙ୍କ ମଧ୍ୟରେ ଯଦି କେହି ମଧ୍ୟସ୍ଥି କାମ କରୁଥାନ୍ତି ତାହାଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୋ ସରକାର କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୁଧବାର ସଚିବାଳୟ ଠାରେ ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କୁ ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ମତାମତ ନିଆଯିବ । ପ୍ରତ୍ୟେକଦିନ ମୁଖ୍ୟମନ୍ତ୍ରୀ ଦଶ ଜଣ ରୋଗୀଙ୍କ ସହ ସିଧାସଳଖ ଫୋନ୍ ଯୋଗେ କଥା ହେବେ । ଏଥିସହ ୨୦୦୧ କାଶୀପୁର କଥା ମନେପକାଇ ନବୀନ ରାଜ୍ୟର ଡାକ୍ତରମାନଙ୍କୁ ନିସ୍ୱାର୍ଥପର ଜନସେବା କରି ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ।