ହରିୟାଣାରେ ଏସଡିଏମଙ୍କ ନିଷ୍ଠୁରତା, କର୍ଡନ ପାରିହେଲେ କୃଷକଙ୍କ ମୁଣ୍ଡ ଫଟାଇବାକୁ ଦେଲେ ନିର୍ଦ୍ଦେଶ, ଜୋର ଧରିଲା ଆଇଏଏସଙ୍କ ଇସ୍ତଫା ଦାବି

ହରିୟାଣାରେ ଏସଡିଏମଙ୍କ ନିଷ୍ଠୁରତା, କର୍ଡନ ପାରିହେଲେ କୃଷକଙ୍କ ମୁଣ୍ଡ ଫଟାଇବାକୁ ଦେଲେ ନିର୍ଦ୍ଦେଶ, ଜୋର ଧରିଲା ଆଇଏଏସଙ୍କ ଇସ୍ତଫା ଦାବି

କନକ ବ୍ୟୁରୋ: ହରିୟାଣା କରନାଲ ଜିଲ୍ଲାରେ କୃଷକଙ୍କ ସମାବେଶ ସମୟରେ ପୋଲିସ ମାଡରେ ଆହତ ହେଲେ ୧୦ରୁ ଅଧିକ କୃଷକ । ଏହି ମାଡ ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କୃଷକଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେବାକୁ ଆଇଏଏସ୍ ଙ୍କ ନିର୍ଦ୍ଦେଶକୁ ନେଇ ଏବେ ହରିଆଣା ରାଜନୀତି ସରଗରମ । ଏହି ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ସମ୍ପୃକ୍ତ ଏସଡିଏମ ଆୟୁଷ ସିହ୍ନାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।publive-imageସୂଚନା ମୁତାବକ, ସରକାରଙ୍କ ବିରୋଧ କରୁଥିବା କୃଷକ ବିରୋଧ ପ୍ରଦର୍ଶନ କରୁଥିବାବେଳେ ତାଙ୍କ ଉପରେ ବଳ କଷିଥିଲେ ପୋଲିଷ କର୍ମୀ । କୌଣସି ବି ପରିସ୍ଥିତିରେ କୃଷକ କର୍ଡନ ନଟପନ୍ତି ସେନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି କୌଣସି କୃଷକ କର୍ଡନ ପାରିହୁଏ ତାଙ୍କ ମୁଣ୍ଡ ଫଟାଇଦେବାକୁ କଡା ନିର୍ଦ୍ଦେଶ ଦେଇଥିଲେ କରନାଲର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ଆୟୁଷ ସିହ୍ନା । ଏପରି ନିର୍ଦ୍ଦେଶ ଦେବା ସମୟର ଭିଡିଓ ଭାଇରାଲ ହେବା ପରେ ଏବେ ଆଇଏଏସଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ରାଜ୍ୟ କଂଗ୍ରେସ ଓ ମିଳିତ କୃଷକ ମୋର୍ଚ୍ଚା । କୃଷକଙ୍କ ବିରୋଧରେ ସିହ୍ନାଙ୍କ ଏପରି ନିର୍ଦ୍ଦେଶକୁ ଅନେକ ସରକାରୀ ଅଧିକାରୀ ସମର୍ଥନ ଜଣାଉଥିବାରୁ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe