ସାମାଜିକ ଦୂରତା ନ ରଖିଲେ ସୃଷ୍ଟି ହେବ ସାଂଘାତିକ ସ୍ଥିତି । ଜଣେ ଆକ୍ରାନ୍ତ ମାସକରେ ୪୦୬ ଜଣଙ୍କୁ କରିପାରେ ସଂକ୍ରମିତ, ସତର୍କ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Advertisment
ସାମାଜିକ ଦୂରତା  ନ ରଖିଲେ ସୃଷ୍ଟି ହେବ ସାଂଘାତିକ ସ୍ଥିତି  । ଜଣେ ଆକ୍ରାନ୍ତ ମାସକରେ ୪୦୬ ଜଣଙ୍କୁ କରିପାରେ ସଂକ୍ରମିତ, ସତର୍କ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁର ପ୍ରଭାବ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସାମାଜିକ ଦୂରତା ରକ୍ଷା ନକଲେ ଜଣେ କରୋନା ଆକ୍ରାନ୍ତ ୩୦ଦିନରେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାର। ଏହା ସହ କରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ସାମାଜିକ ଦୂରତା ଆବଶ୍ୟକୀୟ ପଦକ୍ଷେପ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ‌ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଅନେକ ବିଶ୍ୱବିଦ୍ୟାଳୟ ଗବେଷଣା କରିଛନ୍ତି ଯେ, ଯଦି ଜଣେ କରୋନା ଆକ୍ରାନ୍ତ ସାମାଜିକ ଦୂରତା ପଦକ୍ଷେପ ଅନୁସରଣ ନକରେ, ତେବେ ୩୦ଦିନ ମଧ୍ୟରେ କରୋନା ଆକ୍ରାନ୍ତ ବ୍ୟକ୍ତିଜଣକ ୪୦୬ଜଣଙ୍କୁ ସଂକ୍ରମିତ କରିବ। ଯଦି ଜଣେ କରୋନା ଆକ୍ରାନ୍ତ ତାର ବାହାରକୁ ବାହାରିବା ୫୦ପ୍ରତିଶତ ହ୍ରାସ କରନ୍ତି, ତେବେ ବ୍ୟକ୍ତିଜଣକ ୩୦ଦିନରେ ୧୫ଜଣଙ୍କୁ ସଂକ୍ରମିତ କରିବ। ଯଦି ସଂକ୍ରମିତ ବ୍ୟକ୍ତି ବାହାରକୁ ବାହାରିବା ୭୫ ପ୍ରତିଶତ ହ୍ରାସ କରନ୍ତି, ତେବେ ସଂକ୍ରମିତଜଣକ ୩୦ଦିନରେ ୨.୫ଲୋକଙ୍କୁ ସଂକ୍ରମିତ କରିବ।

ଏହା ସହ ସେ ପୁଣି ମାସ୍କ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି। ମାସ୍କ ପିନ୍ଧିବା ଦ୍ବାରା ଏବଂ ସାମାଜିକ ଦୂରତା ରକ୍ଷା କରିବା ଦ୍ବାରା କରେନା ଆକ୍ରାନ୍ତ ହେବାର ଆଶଙ୍କା ଅନେକାଂଶରେ କମ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe