କନକ ବ୍ୟୁରୋ : ରାଜୁ ଶ୍ରୀବାସ୍ତବ ଶୀଘ୍ର ସୁସ୍ଥ ହୁଅନ୍ତୁ । ଏଥିପାଇଁ ପୂରା ଦେଶ ପ୍ରାର୍ଥନା କରୁଛି । ଗତ ୯ ଦିନ ହେବ ଡାକ୍ତର ମାନେ ମଧ୍ୟ ରାଜୁଙ୍କୁ ଠିକ୍ କରିବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଥିଲେ ମଧ୍ୟ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେଥିପାଇଁ ପୂରା ଦେଶରେ ରାଜୁ ଶ୍ରୀବାସ୍ତବଙ୍କ ସମର୍ଥକ ମାନେ ପୂଜାପାଠ ସହ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । କାନପୁରରେ ମଧ୍ୟ କିଛି ସେଭଳି ଦେଖିବାକୁ ମିଳିଛି । ଏଠାରେ ଥିବା ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ଜଣେ ଯୁବକ ରାଜୁଙ୍କ ପାଇଁ ପ୍ରାର୍ଥନା କରିବା ସହ ଯଦି ରାଜୁ ଠିକ୍ ହୋଇଯାଆନ୍ତି ତେବେ ସବୁଦିନ ପାଇଁ ମଦ ପିଇବା ଛାଡିଦେବେ ବୋଲି ସଂକଳ୍ପ ନେଇଛନ୍ତି ।

Advertisment

ଯୁବକ ଜଣକ କହିଛନ୍ତି, ରାଜୁ ଭାଇ ହେଉଛନ୍ତି ମୋର ପସନ୍ଦର ହାସ୍ୟ ଅଭିନେତା । ରାଜୁ ଶ୍ରୀବାସ୍ତବର ସ୍ୱାସ୍ଥ୍ୟବସ୍ଥା ଭଲନଥିବା ଖବର ମୋତେ ବହୁତ କଷ୍ଟ ଦେଇଛି । ଯଦି ଭଗବାନ ରାଜୁ ଶ୍ରୀବାସ୍ତବଙ୍କୁ ଭଲ କରିଦିଅନ୍ତି ତେବେ ସବୁଦିନ ହନୁମାନ ଚାଳିଶା ପାଠ କରିବି ଓ ମଦ ସମ୍ପୂର୍ଣ୍ଣ ରୂପେ ଛାଡିଦେବି ।

ନିଶା ନିବାରଣକୁ ଆସୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ଏଠାକୁ ଆସୁଥିବା ଲୋକଙ୍କୁ ରାଜୁ ଶ୍ରୀବାସ୍ତବଙ୍କ କମେଡି ଶୁଣାଯାଏ । ଏଠାରେ ଚିକିତ୍ସିତ ହେବାକୁ ଆସୁଥିବା ସମସ୍ତ ବ୍ୟକ୍ତି ରାଜୁ ଶ୍ରୀବାସ୍ତବଙ୍କୁ ବେଶ ଭଲ ପାଆନ୍ତି । କିନ୍ତୁ ଯେବେଠାରୁ ରାଜୁ ଶ୍ରୀବାସ୍ତବ ଅସୁସ୍ଥ ହୋଇଛନ୍ତି ସେବେଠାରୁ ନିଶା ନିବାରଣର ସମସ୍ତ ବ୍ୟକ୍ତିଙ୍କ ମନ ବହୁତ ଦୁଃଖ ।ଏପରିକି କିଛି ଜଣ ଠିକରେ ଖାଉନାହାନ୍ତି ।