କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ବର୍ଷା ବଡ ଭିଲେନ ଭାବେ ଉଭା ହୋଇଛି । ନ୍ୟୁଜିଲାଣ୍ଡ ୪୬ ଓଭର ବ୍ୟାଟିଂ କରିଥିବା ବେଳେ ବର୍ଷା କାରଣରୁ ମ୍ୟାଚ ଅଧାରେ ଅଟକିଛି । ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ବିନିମୟରେ ୨୧୧ ରନ କରିଥିବା ବେଳେ ବର୍ଷା ପାଇଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି । ତେବେ ସେମିଫାଇନାଲ ମ୍ୟାଚ ହୋଇଥିବାରୁ ଏହାର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି । ଯଦି ବର୍ଷା ବନ୍ଦ ହୁଏ ଓ ନ୍ୟୁଜିଲାଣ୍ଡକୁ ଆଉ ବ୍ୟାଟିଂ କରିବାର ସୁଯୋଗ ନ ମିଳେ ତେବେ ଡର୍କୱର୍ଥ ଲୁଇସ ନିୟମ ଅନୁଯାୟୀ ଭାରତକୁ ୪୬ ଓଭରରେ ୨୩୭ ରନର ବିଜୟ ଲକ୍ଷ୍ୟ ମିଳିବ । ତେବେ ଯଦି ପୁଣି ବର୍ଷା ହୁଏ ତେବେ କଟଅଫ୍ ସମୟକୁ ନଜରରେ ରଖି ଭାରତର ଇନିଂସରେ କିଛି ଓଭର କମାଇ ଦିଆଯିବ । ଆଉ ଏହାସହ ଟିମ୍ ଇଣ୍ଡିଆକୁ ନୂଆ ଟାର୍ଗେଟ ମିଳିବ ।

Advertisment

- ୪୬ ଓଭରରେ ୨୩୭ ରନର ଟାର୍ଗେଟ
- ୪୦ ଓଭରରେ ୨୨୩ ରନର ଟାର୍ଗେଟ
- ୩୫ ଓଭରରେ ୨୦୯ ରନର ଟାର୍ଗେଟ
- ୩୦ ଓଭରରେ ୧୯୨ ରନର ଟାର୍ଗେଟ
- ୨୫ ଓଭରରେ ୧୭୨ ରନ ଟାର୍ଗେଟ
- ୨୦ ଓଭରରେ ୧୪୮ ରନ୍ ଟାର୍ଗେଟ ।

ଏହାଛଡା ଯଦି ଆଜି ବର୍ଷା ପାଇଁ ମ୍ୟାଚ୍ ବନ୍ଦ ରୁହେ ତେବେ ଆସନ୍ତାକାଲି ରିଜର୍ଭ ଡେରେ ପୁଣିଥରେ ମ୍ୟାଚ୍ ଖେଳାଯିବ । ଆଉ ଏହା ଅନ୍ତିମ ବିକଳ୍ପ । ଯଦି ୯ଟା ଭିତରେ ବର୍ଷା କମିଯାଏ ତେବେ ଭାରତ ପାଇଁ କୌଣସି ଅସୁବିଧା ରହିବ ନାହିଁ । କିନ୍ତୁ ବର୍ଷା ପାଇଁ ଯଦି ୯ଟା ପରେ ଯଦି ମ୍ୟାଚ୍ ଆରମ୍ଭ ହୁଏ ତେବେ ଓଭର ହ୍ରାସ କରାଯିବ । ଯଦି ଆସନ୍ତାକାଲି ମ୍ୟାଚ୍ ହୁଏ ତେବେ ଯେଉଁଠାରୁ ମ୍ୟାଚ୍ ଅଟକିଛି ସେହି ଓଭରରୁ ହିଁ ମ୍ୟାଚ୍ ଆରମ୍ଭ ହେବ । ତେଣୁ ଭାରତ ଆସନ୍ତାକାଲି ମ୍ୟାଚ୍ ଖେଳିଲେ ଫାଇଦାରେ ରହିବ ।