କନକ ବ୍ୟୁରୋ : ଡିଜିଟାଲ୍ ପେମେଣ୍ଟ ଇନଫ୍ରାଷ୍ଟ୍ରକ୍ଚର ବା ଡି.ପି.ଆଇ ଭାରତ ପାଇଁ ଆଣି ଦେଇଛି ଆଶାତୀତ ସଫଳତା ଜ୍ଝ ଜନଧନ ବ୍ୟାଙ୍କ ଖାତା, ଆଧାର ତଥା ମୋବାଇଲ ପେମେଣ୍ଟ ଭଳି ଡି.ପି.ଆଇ ବ୍ୟବସ୍ଥା ଲାଗୁ କରିବା ଫଳରେ ଭାରତର ଅର୍ଥନୈତିକ ସମାଵେଶନରେ ବା ଫାଇନାନସିଆଲ ଇନକ୍ଲୁସନରେ ପ୍ରାୟ ୮୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଦେଇଛି । ଯେଉଁଠିକି ସାଧାରଣ ଭାବେ ପହଂଚିବା ପାଇଁ ଭାରତକୁ ପାଖ ପାଖି ୪୭ ବର୍ଷ ଲାଗିଥାନ୍ତା ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି ।

Advertisment

ୱାଲଡ ବ୍ୟାଙ୍କର ରିପୋର୍ଟରୁ ଜଣା ପଡିଛି କି, ଶେଷ ଆର୍ଥିକ ବର୍ଷରେ ୟୁପିଆଇ ଦ୍ୱାରା ହୋଇଥିବା ଅନଲାଇନ ଟଙ୍କା କାରବାର ଭାରତ ନୋମିଆଲ ଜି. ଡି. ପି ର ପ୍ରାୟ ପଚାଶ ଭାଗ ନେଇଛି ଜ୍ଝ ଏପରିକି ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ଡି. ପି. ଆଇର ବ୍ୟବହାର କରି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡି.ବି.ଟି ) ଦ୍ୱାରା ଭାରତ ପ୍ରାୟ ତେତିଶି ବିଲିୟନ ଅର୍ଥ ସଂଚୟ କରିଛି, ଯାହାକି ସମୁର୍ଣ୍ଣ ଜି.ଡି.ପି ର ୧.୧୪ ପ୍ରତିଶତ ଅଟେ ।

ଚଳିତ ସପ୍ତାହ ରିଜର୍ଭ ବ୍ୟାଙ୍କ ଓ ବିତ୍ତ ମନ୍ତ୍ରାଳୟର ତଥ୍ୟ ଆଧାରରେ ୱାଲଡ ବ୍ୟାଙ୍କ ଜି-୨୦ର ଭାରତୀୟ ଅର୍ଥ ସମାବେସନ ପାଇଁ ବିଶ୍ୱ ସହାଭାଗିତା ବିବରଣୀ ଉନ୍ମୋଚନ କରିଛି ଜ୍ଝ ଏଥର ଜି-୨୦ ର ପରିଚାଳନା ଭାରତ କରୁଥିବାରୁ, ଡିଜିଟାଲ ପେମେଣ୍ଟ ଦ୍ୱାରା ଫାଇନାନସିଆଲ ଇନକ୍ଲୁସନ କ୍ଷେତ୍ରରେ ପାଇଥିବା ସଫଳତାକୁ ଲୋକଲୋଚନକୁ ଆଣିବା ବ୍ୟବସ୍ଥା କରୁଛି ଭାରତ ଜ୍ଝ

ଭାରତ ହାସଲ କରିଥିବା ସଫଳତା
ଡିଜିଟାଲ ଆଇ.ଡି କୁ ବିଭିନ୍ନ ପେମେଣ୍ଟ ବ୍ୟବସ୍ଥା ସହ ଯୋଡିକରି ଡି. ପି. ଆଇ ଗୋଟିଏ ସଂଯୁକ୍ତ ଆକାଉଣ୍ଟ କରାଯାଇପାରିଛି । ଆଧାର, ଜନଧନ ଆକାଉ ଓ ମୋବଇଲ ପେମେଣ୍ଟ ବ୍ୟବସ୍ଥା ଭଳି ଡି. ପି. ଆଇ ଲାଗୁ ହେବା ଯୋଗୁଁ ଅନଲାଇନ ଓ ଆକାଉଣ୍ଟରେ ପଇସା ନେଣ ଦେଣ କାରବାର ଅନେକ ମାତ୍ରାରେ ବଢ଼ିଯାଇଛି ।

୨୦୦୫ ମସିହା ବେଳକୁ ଭାରତ ରେ କେବଳ ୧୪୭ ମିଲିୟନ ଆକାଉଣ୍ଟ ଥିବା ବେଳେ ନିକଟରେ ଏକ ରିପୋର୍ଟରୁ ଜଣା ପଡ଼ିଛି କି ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା ଲାଗୁ ହେବା ପରଠୁ ୨୦୨୨ ବେଳକୁ ଆକାଉଣ୍ଟ ସଂଖ୍ୟା ତିନି ଗୁଣ ବଢ଼ି ୪୨୭ ମିଲିୟନ ହେଇଯାଇଛି ।   ଅର୍ଥନୀତିର ଉନ୍ନତି କ୍ଷେତ୍ରରେ ଭାରତ ଯେଉଁ ଲମ୍ବା ଡିଆଁ ମାରିଛି ତାର ପଛରେ ଡି. ପି. ଆଇର ଭୂମିକା ଯେ ସବୁଠୁ ଗୁରୁତ୍ୱପୂର୍ଣ ସେଥିରେ ନାହିଁ ବୋଲି ଅନୁଭବ ହୋଇଛି । ଏହା ବ୍ୟତୀତ ବ୍ୟାଙ୍ଗକକ୍ ଯୋଜନା କାର୍ୟକାରୀ କରିବା, ଆଇନଗାର ସଂଚାଳନା କରିବା, ନାଗରିକର ସଠିକ ପରିଚୟ ଓ ଠିକଣା ପାଇବା ଏସବୁ ମଧ୍ୟ ବହୁତ ସୁରୁଖୁରୁରେ ହୋଇପାରୁଛି ।

ୟୁ.ପି. ଆଇ ର ବ୍ୟବହାର କରି ସହଜରେ କାରବାର ହେଇପାରୁଛି । ବହୁ ମାତ୍ରାରେ ଲୋକ ଏହାକୁ ବ୍ୟବହାର କରିବା ସହ ସମସ୍ତଙ୍କ ମଧ୍ୟରେ ଏହା ଆଦୃତ୍ତି ଲାଭ କରି ସାରିଲାଣି ।  ରିପୋର୍ଟ ହିସାବରେ ଭାରତରେ ୟୁ. ପି. ଆଇର ବ୍ୟବହାର ଦିନ କୁ ଦିନ ବଢିବାରେ ଲାଗିଛି ।

ଡି. ପି. ଆଇ କେବଳ ସରକାରୀ ନୁହେଁ ଅଣସରକାରୀ ସଂସ୍ଥା ପାଇଁ ମଧ୍ୟ ଲାଭକାରୀ ସାବ୍ୟସ୍ତ ହୋଇଛି ଜ୍ଝ ଏହା ଅର୍ଥ ଓ ସମୟ ସାପେକ୍ଷ ହୋଇଥିବା ବେଳେ ସଂସ୍ଥା ଗୁଡିକୁ ଏନ. ବି. ଏଫ. ସି-ନନ ବ୍ୟାଙ୍କିଙ୍ଗ ଫାଇନ୍ସନସିଆଲ କଂପାନୀ ସହ କାରବାର କରିବରେ ମଧ୍ୟ ସାହାଯ୍ୟ କରିଥାଏ ।

ଏହି ରିପୋର୍ଟ ଦେଖାଏ କି ଭାରତ କିଭଳି ଗତ ଦଶ ବର୍ଷ ଭିତରେ ପୃଥିବୀର ସର୍ବବୃହତ୍ତ ଡିଜିଟାଲ ଅର୍ଥବ୍ୟବସ୍ଥା ପରିଚାଳନା କରୁଥିବା ସରକାରରେ ପରିଣତ ହୋଇପାରିଛି, ଯାହା କି ସରକାରକୁ ନିଜ ଦେଶର ନାଗରିକ ମାନକ ସହ ଅତି ସହଜରେ ଯୋଡି ପାରିଛି ।