ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ । ଦଳର ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ସହ ଆହ୍ୱାନ ଦେଲେ ନବୀନ, ନେତା ବଖାଣିଲେ ନବୀନଙ୍କ ସରଳ ଜୀବନଯାପନର କଥା ।

126

କନକ ବ୍ୟୁରୋ : ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳ ତରଫରୁ ରାଜଧାନୀରେ ଥିବା ରାଜ୍ୟ କାର୍ଯ୍ୟଳୟରେ ଏହାକୁ ମହା ଆଡମ୍ବରରେ ପାଳନ କରାଯାଇଛି । ଦଳର ଶହ ଶହ କର୍ମୀ ଓ ନେତା ମାନେ ଏହି ପ୍ରତିଷ୍ଠା ଦିବସରେ ଉପସ୍ଥିତ ଥିବା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସସିଂ ମାଧ୍ୟମରେ ସଭାକୁ ଉଦବୋଧନ ଦେଇଛନ୍ତି । ସେ ପ୍ରଥମେ ଦଳର ନେତା ଓ କର୍ମୀ ମାନଙ୍କୁ ଶୁଭେଚଛା ଜଣାଇଥିଲେ । ଏହା ସହ ଶ୍ରେଷ୍ଠ ଓଡିଶା ଗଠନ ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଥିଲେ କି ଆପଣ ମାନଙ୍କ ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଓଡିଶାରେ ବିଜେଡି ଲୋକଙ୍କ ଦଳ ଭାବେ ବେସ ପରିଚିତ ହୋଇପାରିଛି ।

ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଦଳର କର୍ମୀଙ୍କୁ ଉଦବୋଧନ ଦେବା ବେଳେ ମୁଖ୍ୟତ ମହିଳା ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି । ଏନେଇ ସେ ଜାତୀୟ ଦଳ ମାନଙ୍କୁ ଟାର୍ଗେଟ କରି କହିଛନ୍ତି କି ମହିଳା ସଂରକ୍ଷଣ ନେଇ ଜାତୀୟ ଦଳ ମାନେ ବଡ ବଡ କଥା କହୁଛନ୍ତି । ହେଲେ ମହିଳା ସଂରକ୍ଷଣ ନେଇ ପ୍ରତ୍ୟେକ ସ୍ତରରେ ବିଜେଡି ପ୍ରସଙ୍ଗ କରିବ । ଭାରତରେ ସମସ୍ତ ମହିଳାଙ୍କୁ ଏନେଇ ସଚେତନ କରିବାକୁ ଦଳ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ଆରମ୍ଭ କରିବ । ମହିଳା ସଂରକ୍ଷଣକୁ ଏକ ଆନ୍ଦୋଳନର ରୂପ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମା’ ମାନଙ୍କର ହକ୍ ସେମାନଙ୍କୁ ଦେବାକୁ ପଡିବ । ମା’ ଆଗେଇଲେ ଦେଶ ଆଗେଇବ ବୋଲି କହିଛନ୍ତି ମୁଖ୍ୟମନ୍ତୀ । ଏହା ମୋର ସ୍ପପ୍ନ ସହିତ ବିଜୁ ବାବୁ ମହିଳା ମାନଙ୍କୁ ସଶକ୍ତ କରିବାକୁ ମଧ୍ୟ ସ୍ୱପ୍ନ ଦେଖିଥିଲେ । ମହିଳାଙ୍କ ପାଇଁ ପ୍ରଥମେ ବିଜୁ ବାବୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଯାହାକି ୧୯୯୨ ରେ ପଂଚାୟତ ଓ ଚାକିରିରେ ଲାଗୁ କରାଯାଇଥିଲା । ସେ ସମୟରେ ବିଜୁ ବାବୁଙ୍କ ପଦକ୍ଷେପ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ବିଜେଡି ପଂଚାୟତରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ହେଇଛୁ । ଏହାସହ ୨୦୧୯ ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିବା କଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଏହାକୁ ଏକ ଜାତୀୟ ପ୍ରସଙ୍ଗ କରିବାକୁ ସଂସଦ ଓ ବିଧାନସଭାରେ ବିଜେଡି ଲଢେଇ ଜାରି ରଖିଛି ।

ସେପଟେ ନବୀନ ପଟ୍ଟନାୟକଙ୍କ ଶରଳ ଜୀବନଯାପନ ଉପରେ ବୟାନ ରଖିଛନ୍ତି ସଂଗଠନର ସଂପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି କି, ବିଜେଡି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବୀନ ପଟ୍ଟନାୟକଙ୍କ ସରଳ ଜୀବନଯାପନ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଣବ କହିଛନ୍ତି, ନବୀନ ନିବାସରେ ଥିବା ଏକ ଛୋଟିଆ ଅତି ନିରାଡମ୍ବର ଭାବରେ ଜୀବନଯାପନ କରନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସ ପଛ ପଟେ ଥିବା ଏକ ୱାନ-ବିଏଚ-କେ ରୁମରେ ରହି ଦଳ ଓ ରାଜ୍ୟର ଶାସନ କଥା ବୁଝନ୍ତି । ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ ଓ ବଳିଦାନ ସବୁବେଳେ ଦଳୀୟ ନେତା ଓ କର୍ମୀଙ୍କୁ ପ୍ରେରଣା ଯୋଗାଇ ଆସିଛି ବୋଲି କହିଛନ୍ତି ପ୍ରଣବ ।