ନିର୍ବାଚନରେ ମୋଦି ବିଜୟୀ ହେଲେ ତାହା ପାଇଁ କେବଳ ଦାୟୀ ରହିବେ କଂଗ୍ରେସ ଅଧ୍ୟକ୍ଷ : ଅରବିନ୍ଦ କେଜ୍ରିୱାଲ

ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିଥିଲା ଅରବିନ୍ଦଙ୍କ ମନ୍ତ୍ୟବ

348
କନକ ବ୍ୟୁରୋ : ଦିଲ୍ଲୀରେ ମେ’ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଗତକାଲି ସଂନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ତେବେ ପ୍ରଚାର ସମୟରେ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିଥିଲା । ପୂର୍ବ ଦିଲ୍ଲୀରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ଗୌତମ ଗମ୍ଭୀର ଏବଂ ଆପ୍ ପ୍ରାର୍ଥୀ ଅତିଶୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଯଦି ୨୦୧୯ରେ ନରେନ୍ଦ୍ର ମୋଦୀ ପୁଣି ଥରେ କ୍ଷମତାକୁ ଆସନ୍ତି, ତେବେ ଏଥି ପାଇଁ ରାହୁଲ ଗାନ୍ଧୀ ଦାୟୀ ହେବେ ବୋଲି କହିଛନ୍ତି କେଜ୍ରିଓ୍ଵାଲ ।
Hindustan Times

କଂଗ୍ରେସ ଉପରେ ଆକ୍ରମଣ କରି, କଂଗ୍ରେସ ଉତ୍ତରପ୍ରଦେଶରେ ସପା-ବସପା, କେରଳରେ ବାମ ଦଳ, ପଶ୍ଚିମବଙ୍ଗରେ ତୃଣମୂଳ, ଆନ୍ଧ୍ରରେ ଟିଡିପି ଏବଂ ଦିଲ୍ଲୀରେ ଆପ୍କୁ କ୍ଷତି ପହଞ୍ଚାଉଛି । ଯଦି ନରେନ୍ଦ୍ର ମୋଦୀ ପୁଣି ଥରେ କ୍ଷମତାକୁ ଆସୁଛନ୍ତି, ତେବେ ଏଥିପାଇଁ ଦାୟୀ ହେବେ କେବଳ ରାହୁଲ ଗାନ୍ଧୀ । ତେବେ ଅରବିନ୍ଦଙ୍କ ମନ୍ତ୍ୟବ ଉପରେ କଂଗ୍ରେସ ଦଳର କୌଣସି ନେତା ପ୍ରତକ୍ରିୟା ଦେଇନଥିବା ଜଣାପଡିଛି ।