କନକ ବ୍ୟୁରୋ : ଦିଲ୍ଲୀରେ ମେ’ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଗତକାଲି ସଂନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ତେବେ ପ୍ରଚାର ସମୟରେ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିଥିଲା । ପୂର୍ବ ଦିଲ୍ଲୀରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ଗୌତମ ଗମ୍ଭୀର ଏବଂ ଆପ୍ ପ୍ରାର୍ଥୀ ଅତିଶୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଯଦି ୨୦୧୯ରେ ନରେନ୍ଦ୍ର ମୋଦୀ ପୁଣି ଥରେ କ୍ଷମତାକୁ ଆସନ୍ତି, ତେବେ ଏଥି ପାଇଁ ରାହୁଲ ଗାନ୍ଧୀ ଦାୟୀ ହେବେ ବୋଲି କହିଛନ୍ତି କେଜ୍ରିଓ୍ଵାଲ ।
/kanak/media/post_attachments/wp-content/uploads/2019/05/lok-sabha-elections-modi-in-hyderabad_ac3c310e-54a7-11e9-8bc0-bee180be535f.jpg)
କଂଗ୍ରେସ ଉପରେ ଆକ୍ରମଣ କରି, କଂଗ୍ରେସ ଉତ୍ତରପ୍ରଦେଶରେ ସପା-ବସପା, କେରଳରେ ବାମ ଦଳ, ପଶ୍ଚିମବଙ୍ଗରେ ତୃଣମୂଳ, ଆନ୍ଧ୍ରରେ ଟିଡିପି ଏବଂ ଦିଲ୍ଲୀରେ ଆପ୍କୁ କ୍ଷତି ପହଞ୍ଚାଉଛି । ଯଦି ନରେନ୍ଦ୍ର ମୋଦୀ ପୁଣି ଥରେ କ୍ଷମତାକୁ ଆସୁଛନ୍ତି, ତେବେ ଏଥିପାଇଁ ଦାୟୀ ହେବେ କେବଳ ରାହୁଲ ଗାନ୍ଧୀ । ତେବେ ଅରବିନ୍ଦଙ୍କ ମନ୍ତ୍ୟବ ଉପରେ କଂଗ୍ରେସ ଦଳର କୌଣସି ନେତା ପ୍ରତକ୍ରିୟା ଦେଇନଥିବା ଜଣାପଡିଛି ।