କନକ ବ୍ୟୁରୋ: ଲୋକସଭା ନିର୍ବାଚନର ଅଧିକାଂଶ ଏକଜିଟ୍ ପୋଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ପୁଣି ଥରେ କ୍ଷମତାକୁ ଫେରିବା ପୂର୍ବାନୁମାନ କରିଛନ୍ତି। ଯଦି ଏକଜିଟ୍ ପୋଲକୁ ବିଶ୍ୱାସ କରାଯାଏ, ତେବେ ତୃତୀୟ ଥର ପାଇଁ ଭାରତରେ ମୋଦୀ ସରକାର କ୍ଷମତାକୁ ଆସିବାର ସମସ୍ତ ସମ୍ଭାବନା ରହିଛି। ଅନେକ ଏକଜିଟ୍ ପୋଲରେ ବିଜେପିର ସ୍ଲୋଗାନ ୪୦୦ ପାର୍ ଉପରେ ଗୁରୁତ୍ୱାରୋପ କରାଯାଇଛି।

Advertisment

ତେବେ ଲୋକସଭା ନିର୍ବାଚନର ଅନ୍ତିମ ଫଳାଫଳ ଜୁନ୍ ୪ ରେ ଆସିବ। ସେପଟେ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ହେବାର ସମ୍ଭାବନାକୁ ମଧ୍ୟ ଚୀନ୍ ତୀକ୍ଷଣ ନଜର ରଖିଛି। ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଯଦି ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଭାରତ-ଚୀନ୍ ବନ୍ଧୁତ୍ୱର ସମ୍ଭାବନା ପ୍ରକାଶ କରିଛନ୍ତି। ଭାରତ ଚୀନ୍ ମଧ୍ୟରେ ଆଉ ଲଢ଼େଇ ହେବନି ବୋଲି ଏଥିରେ ପ୍ରକାଶ ପାଇଛି।

ଗ୍ଲୋବାଲ ଟାଇମ୍ସ ହେଉଛି ଚୀନର ଜିନପିଙ୍ଗ ସରକାରଙ୍କ ସରକାରୀ ଖବରକାଗଜ। ଗ୍ଲୋବାଲ ଟାଇମ୍ସର ଦୃଷ୍ଟିକୋଣକୁ ଚୀନର ମତ ବୋଲି ବିବେଚନା କରାଯାଇଥାଏ। ଏପରି ପରିସ୍ଥିତିରେ, ଗ୍ଲୋବାଲ୍ ଟାଇମ୍ସର ବିଶେଷଜ୍ଞଙ୍କ ଉଦ୍ଧୃତ ଏହି ଆର୍ଟିକିଲ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ ଚୀନ୍ ମିଡିଆ ଗ୍ଲୋବାଲ୍ ଟାଇମ୍ସ ଏହାର ଆର୍ଟିକିଲରେ ଲେଖିଛି ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଫେରିବା ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ମଧ୍ୟ ସୁଦୃଢ଼ ହେବ। ଚାଇନାର ବିଶେଷଜ୍ଞଙ୍କ ଉଦ୍ଦେଶ୍ୟରେ ଗ୍ଲୋବାଲ ଟାଇମ୍ସ ଲେଖିଛି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସହିତ ଭାରତର ବୈଦେଶିକ ନୀତି ଏବଂ କୂଟନୀତି ଅଧିକ ଶକ୍ତିଶାଳୀ ହେବ।

ଏକଜିଟ୍ ପୋଲ୍ ବିଷୟରେ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ନରେନ୍ଦ୍ର ମୋଦୀଙ୍କ ବିଜୟ ସହିତ ଭାରତର ସାମଗ୍ରିକ ଘରୋଇ ତଥା ବୈଦେଶିକ ନୀତି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି ଆଶା କରାଯାଉଛି। ଏଠାରେ ଉଲ୍ଲେଖ କରିବା ଜରୁରୀ ଚୀନ୍ ସରକାରଙ୍କ ସହମତି ବିନା ଗ୍ଲୋବାଲ୍ ଟାଇମ୍ସରେ କିଛି ଲେଖା ନାହିଁ।