କନକ ବ୍ୟୁରୋ: ଏଣିକି ସମୟ ପୂର୍ବରୁ ଗ୍ୟାସ୍ ସରିଗଲେ ଫାଇନ ଭରିବେ ଡିଷ୍ଟ୍ରିବ୍ୟୁଟର । ନିର୍ଧାରିତ ସମୟ ପୂର୍ବରୁ ଯଦି ଆପଣଙ୍କ ଗ୍ୟାସ୍ ଟାଙ୍କି ଖାଲି ହୋଇଯାଏ ତେବେ ଏଥିପାଇଁ ଦାୟି ରହିବେ ଗ୍ୟାସ୍ ବିତରକ କଂପାନୀ । ତେବେ ଅନେକ ସମୟରେ ସିଲିଣ୍ଡରରୁ ଗ୍ୟାସ ଚୋରି ନେଇ ବିଭିନ୍ନ ମାମଲା ଏବଂ ଅଭିଯୋଗ ସାମ୍ନାକୁ ଆସିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଭଳି ମାମଲାର କେବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହକ କରାଯାଇ ନାହିଁ । ଏଜେନ୍ସି ସଂଚାଳକ, ଡିଷ୍ଟ୍ରିବ୍ୟୁଟର କିମ୍ବା କୌଣସି ଡେଲିଭରି ମ୍ୟାନଙ୍କ ବିରୁଦ୍ଧରେ ମଧ୍ୟ କେବେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ କିନ୍ତୁ ଏଣିକି ପରିସ୍ଥିତି ବଦଳି ଯାଇଛି ।  ଯଦି ସିଲିଣ୍ଡରରେ କମ ଗ୍ୟାସ୍ ବାହାରେ ଏବଂ ଏସଂକ୍ରାନ୍ତ ଆପଣ ଉପଭୋକ୍ତା ଫୋରମ କିମ୍ବା କଂପାନୀକୁ ଦିଆଯାଉଥିବା ଫିଡବ୍ୟାକରେ ଅଭିଯୋଗ କରନ୍ତି ତେବେ ଡିଷ୍ଟ୍ରିବ୍ୟୁଟର ତୁରନ୍ତ ଦଣ୍ଡିତ ହେବେ ।

Advertisment

ଉପଭୋକ୍ତା ସଂରକ୍ଷଣ ଆକ୍ଟ ୨୦୧୯ରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଯଦି କୌଣସି ବି ଗ୍ୟାସ ବିତରକ ଉପଭୋକ୍ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ସତ ସାହସ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ନୂଆ ଆଇନ ଅନୁଯାୟୀ, ଯଦି ଆପଣଙ୍କ ଏଲପିଜି ସିଲିଣ୍ଡର ସମୟ ପୂର୍ବରୁ ସରିଯାଏ ଏବଂ ଡିଷ୍ଟ୍ରିବ୍ୟୁଟରଙ୍କୁ କରାଯାଇଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆପଣ ସିଧା ଉପଭୋକ୍ତା ଫୋରମରେ ଏନେଇ ଅଭିଯୋଗ କରିପାରିବେ । ଆଉ ଆପଣଙ୍କ ଅଭିଯୋଗର ମାତ୍ର ଗୋଟିଏ ମାସ ମଧ୍ୟରେ ହିଁ ସଂପୃକ୍ତି ସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ନୂଆ ଆଇନ ଅନୁସାରେ, ଯଦି ଉପଭୋକ୍ତାଙ୍କୁ କମ୍ ପରିମାମରେ ଏଲପିଜି ମିଳେ ତେବେ ଏହାକୁ ଏକ ଗୁରୁତର ଅପରାଧ ଭାବେ ବିବେଚନା କରାଯିବ । ସେହିଭଳି ଯଦି କୌଣସି ଡିଷ୍ଟ୍ରିବ୍ୟୁଟରଙ୍କ ବିରୁଦ୍ଧରେ ବାରମ୍ବାର ଏଭଳି ସଂଗୀନ ଅଭିଯୋଗ ଆସେ ତେବେ ସଂପୃକ୍ତ ସଂସ୍ଥାର ଲାଇସେନ୍ସ ରଦ୍ଦ କରଦିଆଯିବ ।