କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆସିଛି ନୂଆ ମୋଡ । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପରେ ଏବେ ସିବିଆଇ ରାଡ଼ାରକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏପ୍ରିଲ ୧୬ରେ ଜେରା ପାଇଁ ସିବିଆଇ ନିକଟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ ପଠାଯାଇଛି । ଏହା ପରେ ସାମ୍ବାଦିକ ସମ୍ମିଳନୀ କହି ବିଜେପି ଉପରେ ସେ ବର୍ଷିଛନ୍ତି । କେଜ୍ରିୱାଲ କହିଛନ୍ତି ତାଙ୍କ ବିରୋଧରେ ଟଙ୍କାଟିଏ ଦୁର୍ନୀତି ନେଇ ପ୍ରମାଣ ନାହିଁ, କିନ୍ତୁ ମିଛରେ ମାମଲା ରୁଜୁ କରାଯାଉଛି । ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡିକ କୋର୍ଟକୁ ମିଛ କହୁଛନ୍ତି । ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି ।

Advertisment

ଆପ୍ ମୁଖ୍ୟ କହିଛନ୍ତିି ନୋଟିସ ମିଳିଛି ଓ ଜେରା ପାଇଁ ସେ ନିଶ୍ଚୟ ପହଁଚିବେ । ଗୋଟେ ପଟେ ବିଜେପି ଓ ସିବିଆଇ ଉପରେ କେଜରିୱାଲକୁ ମାଳ ମାଳ ଅଭିଯୋଗ ଲଗାଇଥିବାବେଳେ ଏହାର ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟିଆ । ଅରବିନ୍ଦ କେଜରିୱାଲଙ୍କୁ ମାମଲାର ମାଷ୍ଟର ମାଇଣ୍ଡ ବୋଲି କହିଛି ବିଜେପି ।

ଏପ୍ରିଲ ୧୬ ତାରିଖରେ ସିବିଆଇରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ କରିଛି ସିବିଆଇ । ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା । ଗିରଫ ପରେ ଏବେ ସିସୋଦିଆ ତିହାର ଜେଲରେ ବନ୍ଦୀ ଅଛନ୍ତି । ଏବେ ଦେଖିବାକୁ ବାକି ରହିଲା ୧୬ ତାରିଖରେ କେଜ୍ରିୱାଲଙ୍କୁ ଜେରା ପରେ ମାମଲା ନୂଆ ମୋଡ଼ କଣ ରହୁଛି ।