ଉତରପ୍ରଦେଶ ବନ୍ଦାୟୁଁରେ ମନ୍ଦିର ଭିତରେ ମହିଳାଙ୍କୁ ଗଣଦୁଷ୍ମର୍ମ ଓ ହତ୍ୟା ମାମଲା । ମହିଳା କମିଶନ ସଦସ୍ୟଙ୍କ ବିବିଦୀୟ ବୟାନ । କହିଲେ ଯଦି ସେ ଏକା ଯାଇ ନଥା’ନ୍ତେ

464

କନକ ବ୍ୟୁରୋ : ଯଦି ସେ ଏକା ଯାଇ ନଥାନ୍ତେ ତାହେଲେ ଏଭଳି ଘଟି ନଥାନ୍ତା । ସେ କାହିଁକି ଏକୁଟିଆ ଯାଉଥିଲା । ସେ କାହିଁକି ଏଭଳି ପୋଷାକ ପିନ୍ଧୁଥିଲା । ଦୁଷ୍ମର୍ମ ଆମ ସଂସ୍କୃତିରେ ରହିଛି । ଏଭଳି ବୟାନ ବାରମ୍ବାର ଶୁଣିବାକୁ ମିଳୁଛି , ଯେତେବେଳେ ଦେଶରେ କୌଣସି ମହିଳା ବା ଝିଅ ମାନେ ଦୁଷ୍କର୍ମରେ ଶିକାର ହେଉଛନ୍ତି । ଏଭଳି ବୟାନ କେହି ସାଧାରଣ ଲୋକ ଦେଉ ନାହାନ୍ତି । କେବେ ନେତା ଓ କେବେ ପ୍ରଶାସନ ।

ଉତରପ୍ରଦେଶ ବନ୍ଦାୟୁଁରେ ରେ ଜଣେ ୫୦ ବଷିୟ ମହିଳାଙ୍କୁ ମନ୍ଦିର ଭିତରେ ଗଣ ଦୁଷ୍କର୍ମ କରାଗଲା । ଗଣ ଦୁଷ୍କର୍ମରେ ସାମିଲ ମନ୍ଦିରର ମହନ୍ତ ଓ ତାଙ୍କର ୨ ଜଣ ଶିଷ୍ୟ ମହିଳା ଜଣଙ୍କୁ ଦୁଷ୍କର୍ମ କରିବା ପରେ ତାକୁ ବିଭତ୍ସ ଭାବେ ହତ୍ୟା କଲେ । ହତ୍ୟା ଏତେ ଭୟାନକ ଥିଲା କି ଆପଣ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ । ମହିଳା ଜଣଙ୍କ ସଂନ୍ଧ୍ୟା ସମୟରେ ମନ୍ଦିରକୁ ଏକୁଟିଆ ଯାଇଥିଲେ । ସେଠାରେ ସେ ପୂଜା କରୁଥିବା ବେଳେ ମନ୍ଦିରର ମହନ୍ତ ଓ ୨ ଜଣ ଶିଷ୍ୟ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । କାଳେ ମହିଳା ଜଣଙ୍କ ଏକଥା ବାହାରେ ପ୍ରଘଟ କରିଦେବ ସେହି ଭୟରେ ସେମାନେ ମହିଳାଙ୍କ ହାତ ଗୋଡ ଭାଙ୍ଗି ଦେଇଥିଲେ । ମହିଳାଙ୍କ ଗୁପ୍ତାଙ୍ଗରେ ଏକ ଲୁହାର ଛଡ ଭର୍ତ୍ତି କରି ତାଙ୍କୁ ନିର୍ମମ ଭାବେ ହତ୍ୟା କଲେ ।

ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଦୁଷ୍କର୍ମକାରୀଙ୍କୁ ଗିରଫ୍ କରିଛି । ହେଲେ ଗତକାଲି ରାଷ୍ଟ୍ରୀୟ ମହିଳା ଆୟୋଗର ଜଣେ ସଦସ୍ୟ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ଘରକୁ ତଦନ୍ତ ପାଇଁ ଯାଇ ଯେଭଳି ବୟାନ ଦେଇଛନ୍ତି ତାହା ସମାଜରେ ନାରୀ ମାନଙ୍କର ସ୍ଥିତି କୁ ପଦାରେ ପକାଇଛି । ମହିଳା ଆୟୋଗ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଯଦି ମହିଳା ଜଣଙ୍କ ଏକୁଟିଆ ମନ୍ଦିର ଯାଇ ନଥାନ୍ତେ ତାହେଲେ ଏଭଳି ଘଟଣା ଘଟି ନଥାନ୍ତା । ଏହା ସହ ଚନ୍ଦ୍ରମୁଖୀ ଦେବି କହିଛନ୍ତି କି ‘ମୁଁ ବାରମ୍ବାର ମହିଳା ମାନଙ୍କୁ କହୁଛି ଯେ ସେମାନେ ସଂନ୍ଧ୍ୟା ସମୟରେ କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ ’

ଚନ୍ଦ୍ରମୁଖୀ ଦେବୀଙ୍କର ଏଭଳି ବୟାନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଷ୍ଟ୍ରୀୟ ମହିଳା ଆୟୋଗ ପ୍ରମୁଖ ରେଖା ଶର୍ମା ଏହା ଉପରେ ସଫେଇ ଦେଇ କହିଛନ୍ତି କି ଏହା ରାଷ୍ଟ୍ରୀୟ ମହିଳା ଆୟୋଗର ରାୟ ନୁହେଁ । ରାଷ୍ଟ୍ରୀୟ ମହିଳା ଆୟୋଗ ଏଭଳି ବୟାନକୁ କଡା ନିନ୍ଦା କରୁଛି    । ଏହା ସହ ଶର୍ମା ଅନ୍ୟ ଏକ ଟ୍ୱିଟ୍ ପୋଷ୍ଟରେ ଲେଖିଛନ୍ତି କି ‘ମୁଁ ଜାଣିପାରୁ ନାହିଁ ଯେ, ମହିଳା ଆୟୋଗର ସଦସ୍ୟ କାହିଁକି ଓ କେଉଁ ପରିସ୍ଥିିତିରେ ଏଭଳି ବୟାନ ଦେଇଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ମହିଳା ମାନଙ୍କୁ ଏତିକି ସ୍ୱାଧିନତା ମିଳିଛି କି ସେ ତାଙ୍କ ଇଚ୍ଛାନୁସାରେ କେଉଁଠି କି କେତେବେଳେ ବି ଯାଇ ପାରିବେ । ଏହା ରାଷ୍ଟ୍ରର ଦାୟିତ୍ୱ କି ମହିଳା ମାନଙ୍କୁ ସବୁ ସ୍ଥାନରେ ସୁରକ୍ଷା ଦେବା ’ ।
ଅନ୍ୟପଟେ ପୋଷ୍ଟମର୍ଟମ ପରେ ବନ୍ଦାୟୁଁ ହସ୍ପିଟାଲର ମୁଖ୍ୟ ଚିକିତ୍ସକ ଯଶପାଲ ସିଂ କହିଛନ୍ତି କି ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଛି । ଏହାପରେ ତାଙ୍କ ବାମ ଗୋଡକୁ ଭାଙ୍ଗି ଦିଆଯାଇଛି । ଏଥିରେ ମହିଳା ଜଣଙ୍କର ମୃତ୍ୟୁ ନହେବାରୁ ତାଙ୍କ ଗୁପ୍ତାଙ୍ଗରେ ଲୁହା ଛଡ ଭର୍ତ୍ତି କରି ତାଙ୍କୁ ହତ୍ୟା କରାଯାଇଛି ।

ଦେଶରେ ମହିଳା ମାନଙ୍କୁ ନ୍ୟାୟ ଦେବାକୁ ବା ନ୍ୟାୟ ପାଇବାରେ ସହାୟତା କରିବାକୁ ସରକାର ମହିଳା କମିଶନ ଗଠନ କରିଛନ୍ତି । ହେଲେ ମହିଳା କମିଶନର ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଦେଇଥିବା ବୟାନକୁ ଆପଣ ମାନେ ନଜର କଲେ ଯାହା ଜଣାପଡୁଛି ଏହା ମହିଳା କମିଶନଙ୍କ ବୟାନ ନୁହେଁ, ଏହା ସରକାରୀ ଭାଷା ।