ସେନାମୁଖ୍ୟ ବିପିନ ରାୱତଙ୍କ ବଡ଼ ବୟାନ । ସରକାର ନିଷ୍ପତି ନେଲେ ପାକ୍ ଅଧିକୃତ କାଶ୍ମୀରରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ପ୍ରସ୍ତୁତ

275
କନକ ବ୍ୟୁରୋ : ସେନାମୁଖ୍ୟ ବିପିନ ରାୱତଙ୍କ ବଡ଼ ବୟାନ  । ସରକାର ନିଷ୍ପତି ନେଲେ ପାକ୍ ଅଧିକୃତ କାଶ୍ମୀର, ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ପ୍ରସ୍ତୁତ  । ସେନାମୁଖ୍ୟ କହିଛନ୍ତି ଯେ, ଏପ୍ରସଙ୍ଗରେ ସରକାର ନିଷ୍ପତି ନେବେ  । ଯଦି ସରକାର ଚାହିଁବେ, ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ପ୍ରସ୍ତୁତ ବୋଲି ରାୱତ କହିଛନ୍ତି  । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପିଓକେ ଉପରେ ଦେଇଥିବା ବୟାନ ଉପରେ ପ୍ରଶ୍ନ ପଚରାଯିବା ପରେ ସେନାମୁଖ୍ୟ ଏହା କହିଛନ୍ତି  ।
ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପିଓକେକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଥିଲେ  । ଏବେ ପାକିସ୍ତାନ ସହ ଆଲୋଚନା କେବଳ ପିଓକେକୁ ନେଇ ହେବ ବୋଲି ରାଜନାଥ କହିଥିଲେ  । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପାକ୍ ଅଧିକୃତ କାଶ୍ମୀର ଭାରତର ଅଙ୍ଗ ବୋଲି କହିସାରିଛନ୍ତ।

Comments are closed.