ମିଛ ମାମଲାରେ ଫସିଲେ ପୁଲିସ ଅଧିକାରୀ ନିଜ ହାତରୁ ଗଣିବେ ୫ ଲକ୍ଷ : ୨୦୧୮ରେ ଜୀବିତ ନାବାଳକୁ ହତ୍ୟା ଅଭିଯୋଗରେ ୨ ଜଣଙ୍କୁ ଜେଲ ପଠାଇଥିଲା ପାଇକମାଳ ପୁଲିସ

ଜେଲ ଯାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ମାନବାଧିକାରୀ କମିସନଙ୍କ ନିର୍ଦ୍ଦେଶ

536

କନକ ବ୍ୟୁରୋ : ୫ ଲକ୍ଷ ଗଣିବେ ପୁଲିସ ଅଧିକାରୀ । ଜୀବିତ ନାବାଳକକୁ ମୃତ ଦର୍ଶାଇ ୨ ଜଣଙ୍କୁ ଜେଲ ପଠାଇବା ଘଟଣାରେ ତଦନ୍ତକାରୀ ଅଧିକାରୀଙ୍କ ଠାରୁ ୫ଲକ୍ଷ କ୍ଷତିପୂରଣ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ । ୨୦୧୬ରେ ବରଗଡ଼ ପାଇକମାଳ ଅଂଚଳର ଜଣେ ନାବାଳକ ନିଖୋଜ ଥିଲେ । ଏନେଇ ଥାନାରେ ଏଲତା ପରେ ଥାନା ଅଧିକାରୀ ଠିକ ଭାବେ ତଦନ୍ତ ନକରି ନାବାଳକକୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ କରିଥିଲେ ।

ହତ୍ୟା ଅଭିିଯୋଗରେ ୨ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା ପୁଲିସ । ପରେ ୨୦୧୮ରେ ଜୀବିତ ଅବସ୍ଥାରେ ନାବଳକ ଜଣକ ଘରକୁ ଫେରିଥିଲେ । ଏହି ମାମଲାର ବିଚାର କରି କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିସନ । ଜେଲ ଯାଇଥିବା ୨ ଜଣଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ରାଶି ସଂପୃକ୍ତ ପୁଲିସ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ । ୨ ମାସ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି ।