ଶ୍ରୀମନ୍ଦିରର ବିକାଶ ନାଁରେ ଯଦି ବିପଦ ସୃଷ୍ଟି ହୁଏ ସେଥିପାଇଁ ସରକାର ଦାୟୀ ହେବେ । ପ୍ରକୃତ ସତ କଣ ଜାଣିବାକୁ ବିଧାନସଭାର ଏକ କମିଟି ଗଠନ କରିବାକୁ ଦାବି କଲେ ବିରୋଧୀ ।

93

କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନର ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ ।ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ । ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି । ଇଝଓ ଓ ଇଘଗ କହିଛନ୍ତି ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇ ନାହୁଁ । ପ୍ରକୃତରେ ବାସ୍ତବ କଥା କଣ । ତେଣୁ ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବା ପାଇଁ ଦାବି କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ବିଧାନସଭା କମିଟି ଗଠନ କରିବାକୁ ଦାବି କଲେ ।

ସେପଟେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି କି ନାହିଁ ଲୋକଙ୍କ ସନ୍ଦେହ ଦୂର କରିବା ସରକାରଙ୍କ ଦାୟିତ୍ୱ । ତେଣୁ ବାଚସ୍ପତି ବିଧାନସଭାର କମିଟି ଗଠନ କରିବାକୁ ରୁଲିଂ ଦାବି କଲେ ନରସିଂହ ।