କନ୍ଧମାଳରେ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ବିଛାଇଥିଲେ ନକ୍ସଲ । ବିଏସଫ ଓ ପୋଲିସ ମିଳିତ ସର୍ଚ୍ଚ ଅପରେସନ ବେଳ ଜଙ୍ଗଲରୁ ବିସ୍ଫୋରକ ଜବତ

73

କନକ ବ୍ୟୁରୋ : ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଆଇଇଡି ବିଛାଇଥିଲେ ଲାଲ ବାହିନୀ । ହେଲେ ବିଏସଏଫ ଯବାନ ସତର୍କ ଯୋଗୁଁ ବଡ ଅଘଟଣ ଟଳି ଯାଇଛି, ଓ ମାଓବାଦୀଙ୍କ ମନ୍ଦ ଉଦ୍ଦେଶ୍ୟ ଫେଲ ମାରିଛି । ଗତକାଲି କନ୍ଧମାଳ ଜିଲ୍ଲା ଗୋଛପଡା ଥାନା ଅନ୍ତର୍ଗତ ଟିକାପାଲି ଗାଁ ନିକଟ ଜଙ୍ଗଲରୁ ଆଇଇଡି ଜବତ କରିଛନ୍ତି ସୁରକ୍ଷା କର୍ମୀ । ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ଖବର ପାଇବା ପରେ ସ୍ଥାନୀୟ ପୁଲିସ ଓ ବିଏସଏଫ ଯବାନଙ୍କ ମିଳିତ ଟିମ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଜଙ୍ଗଲ ଭିତରେ ଆଇଇଡି ବିସ୍ଫୋରକକୁ ବିଏସଏଫ ଯବାନ ଠାବ କରିଥିଲେ । ତୁରନ୍ତ ବମ ଡିସପୋଜାଲ ଟିମ ଆଇଇଡିକୁ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି ।