କନକ ବ୍ୟୁରୋ: ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଇଲେକ୍ସନ୍ କମିଶନ୍ଙ୍କ ଚିଠି । ନିର୍ବାଚନ ପାଇଁ ଅଫିସରଙ୍କ ବଦଳି ନେଇ ଚିଠି ଯୋଗେ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ କମିଶନ୍ । କୌଣସି ଜିଲ୍ଲାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି କେହିବି ଅଫିସର । ଚିଠି କରି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ୍ ।
୨୦୨୪ ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ହେବ । ଏନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଇଲେକ୍ସନ୍ କମିଶନ୍ । ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା, ଏବଂ ସିକ୍କିମ୍ରେ ଜୁନ୍ -୨୦୨୪ ବିଧାନସଭା ନିର୍ବାଚନ ପାଇଁ ଅଫିସରଙ୍କୁ ନିଯୁକ୍ତି ଓ ବଦଳି କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି ।