ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୪ ଓଡ଼ିଆ । ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଜାରି ହେଲା ସୂଚୀ । ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଆରବିଆଇ ଗଭର୍ଣ୍ଣର, ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁ ।

243

କନକ ବ୍ୟୁରୋ: ଜାତୀୟ ସ୍ତରରେ ଇଂରାଜୀ ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍ର ୨୦୧୧ର ଦେଶରେ ୧୦୦ଜଣ ପ୍ରଭାବ ବିସ୍ତାର କରି୍ଥିବା ବ୍ୟକ୍ତିଙ୍କ ପ୍ରକାଶିତ ତାଲିକାରେ ୪ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ପ୍ରକାଶିତ ତାଲିକାରେ ଯେଉଁ ୪ଜଣ ଓଡ଼ିଆ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି ସେମାନେ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିଭଳି ରାଙ୍କିଙ୍ଗ୍ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ୨୦ତମ ସ୍ଥାନରେ ଅଛନ୍ତି । ଆରବିଆଇ ଗଭର୍ଣ୍ଣ ଶକ୍ତିକାନ୍ତ ଦାସ ୨୯ ତମ ସ୍ଥାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ତମ ସ୍ଥାନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୯୫ ତମ ସ୍ଥାନରେ ଅଛନ୍ତି । ଇଣ୍ଡିଆନ ଏକ୍ସାପ୍ରେସ ୨୦୧୯ର ୧୦୦ ଜଣ ତାଲିକା ତୁଳନାରେ ଚଳିତ ବର୍ଷର ତାଲିକାରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବାଦ ଦେଲେ ଅନ୍ୟ ୩ଜଣ ଓଡ଼ିଆ ମାନଙ୍କର ରା୍କ ତଳକୁ ଖସି ଆସିଛି । ୨୦୧୯ ତାଲିକାରେ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ୧୯, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ତମ ସ୍ଥାନରେ ରହିଥିଲେ । ଅପରପକ୍ଷେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ରାଙ୍କ ୨୯ ରହିଥିଲା, ଯାହା ଏଥର ମଧ୍ୟ ବଜାୟ ରହିଛି ।