କନକ ବ୍ୟୁରୋ: କଟକ ଜିଲ୍ଲା କିଶନନଗର ଥାନା ଗିରିଧାରୀ ମଠରୁ ଲକ୍ଷାଧିକ ଟଙ୍କାର ମୂର୍ତି ଚୋରି । ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଚୋରି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ୧୦ଟାରେ ଠାକୁରଙ୍କ ନୀତିକାନ୍ତି ଶେଷ ହେବା ପରେ ମଠରେ ତାଲା ପକାଯାଇଥିଲା । କିନ୍ତୁ ବିଳମ୍ବିତ ରାତିରେ ଦୁର୍ବୃତ ତାଲା ଭାଙ୍ଗି ମଠର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଗିରିଧାରୀଜିଉଙ୍କ ପ୍ରତିମା ସହିତ ସମସ୍ତ ପାଶ୍ୱର୍ଦେବତାଙ୍କୁ ଚୋରି କରିନେଇଛନ୍ତି । ତେବେ ସକାଳେ ପୂଜା କରିବା ପାଇଁ ମଠାଧିସ ବାବା ଯିବା ବେଳେ ଚାବି ଭଙ୍ଗା ଯାଇଥିବା ବେଳେ ମୂର୍ତି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ମଠରୁ ବହୁ ଦୁର୍ଲ୍ଲଭ ମୂଲ୍ୟର ଆଣ୍ଠୁଆଗୋପାଳ ମୂର୍ତ୍ତି, ରାଧାକୃ୍ଷ୍ଣ ମୂର୍ତି, ବାଙ୍କବିହାରୀ ମୂର୍ତି ସହ ଶ୍ରୀଶ୍ରୀଗିରିଧାରୀ ଜିଉଙ୍କ ମୂର୍ତି ଚୋରି ହୋଇଥିବା ଜଣାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ । ମନ୍ଦିର ପରିଚାଳନା କମିଟି ସଭାପତି ରାକେଶ ମହାନ୍ତି ଓ ସଂପାଦକ ନିତ୍ୟାନନ୍ଦ ମହାନ୍ତି କିଶନନଗର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।