ଜଣେ ଇଡଲି ବିକ୍ରେତାଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖି ନିତିଦିନିଆ ଖାଦ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସାର୍ବଜନୀନ ସ୍ଥଳରେ ,ରାସ୍ତାକଡରେ , ଗଳିକନ୍ଦିରେ ମିଳୁଥିବା ଖାଇବା ଜିନିଷ କେତେ ସୁରକ୍ଷିତ? ମୁମ୍ବାଇର ବୋରିବଲି ଷ୍ଟେସନ୍ ବାହାରେ ଇଡଲି ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ଭିଡିଓ ଏବେ ଭାଇରାଲ୍ ହେଉଛି ଖୁବ୍ ସ୍ୱାଦିଷ୍ଟ ଭାବି ଏଠାରୁ ଖାଉଥିବା ଦ୍ରବ୍ୟ ଯେ କେତେ ମାରାତ୍ମକ ଏବଂ ଲୋକମାନେ କିଭଳି ଏହି ଖାଦ୍ୟ ଖାଉଛନ୍ତି ତାହା ଆପଣ ଏହି ଭିଡିଓରୁ ଦେଖି ଜାଣିପାରିବେ ।
#हे राम! नींबू शरबत के बाद अब इडली भी गंदे पानी से !! इस वायरल वीडियो में इडली विक्रेता इडली के लिए # Borivali स्टेशन के शौचालय से गंदा पानी लेते हुए दिख रहा है #BMC#FDA ?@ndtvindia@MumbaiPolice@WesternRlypic.twitter.com/TFmRkgoMMN
— sunilkumar singh (@sunilcredible) May 31, 2019
ମୁମ୍ବାଇର କୁର୍ଲା ରେଳବାଇ ଷ୍ଟେସନ୍ ରେ ଅସନା ପାଣିରେ ପ୍ରସ୍ତୁତ ହୋଇଥିବା ଲେମ୍ବୁ ସରବତର ଭିଡିଓ ଭାଇରାଲ୍ ହେବା ପରେ ଏବେ ବୋରିବଲି ରେଲୱେ ଷ୍ଟେସନ୍ ବାହାରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ୍ କରାଯାଇଛି । ଭିଡିଓରେ ଜଣେ ଇଡଲି ବିକ୍ରେତା ଷ୍ଟେସନ୍ ଶୌଚାଳୟର ଅସନା ପାଣିକୁ ଭର୍ତ୍ତି କରୁଛନ୍ତି । ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତି ଜଣକ ଏନେଇ ଉକ୍ତ ବିକ୍ରେତାଙ୍କୁ ଗାଳି କଲେ ଏହା ପରେ ସେ ପାଣିକୁ ତଳେ ପକାଇ ଇଡଲି ବିକ୍ରି କରିବାରେ ଲାଗିଲେ । ଭିଡିଓରେ ଦେଖାଯାଉଛି ବିକ୍ରେତା ଏକ ବେରେଲରେ ଟଏଲେଟ୍ ପାଣି ଭର୍ତ୍ତି କରୁଛନ୍ତି । ଭିଡିଓ କରୁଥିବା ବ୍ୟକ୍ତି ଯେତେବେଳେ କାହିଁକି ଏ ପାଣି ଭର୍ତ୍ତି କରୁଛ ପଚାରିଲା ବେଳେ ବିକ୍ରେତା ପଚାରିଲେ କାହିଁ କ’ଣ ପାଣି ଭଲ ନାହିଁ କି? ବ୍ୟକ୍ତି ଜଣଙ୍କ କହୁଛନ୍ତି କ’ଣ ପାଇଖାନା ପାଣି ଭଲ କି? ଉତ୍ତରରେ କିଛି ନ କହି ବ୍ୟକ୍ତି ଜଣକ ପାଣି ତଳେ ଅଜାଡି ସେଠାରୁ ଚାଲିଯାଇଥିଲେ ଏବଂ କହିଥିଲେ ଏହା ପାଇଖାନା ନୁହଁ । ତେବେ ବର୍ତ୍ତମାନ ଉକ୍ତ ଇଡଲି ବିକ୍ରେତାର ଦୋକାନ ବନ୍ଦ କରିଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/IDILE.jpg)