ବସ୍ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ । କାଳରୂପୀ କରେଣ୍ଟ ନେଇଗଲା ୯ଟି ଜୀବନ ।

774

କନକ ବ୍ୟୁରୋ : ମେନ୍ଦ୍ରାଜପୁରର ଲୋମଟାଙ୍କୁରା ବସ୍ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ଏହି ଘଟଣାରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ, ସେମାନଙ୍କ ନାଁ ହେଉଛି, ବି. ତାରଣେୟା, କେ. ସଞ୍ଜୁ, ବି. ମୋହିନୀ, ବି. କାନକାଆମ୍ମା, ସନ୍ତୋଷୀ ସାହୁ, ବି. ରାମେୟା, ବି. ଆଚୁଲୁ, ସିଏଚ କାମରାଜୁ, ବି. ତାରିଣୀ । ଏମାନେ ସମସ୍ତେ ବ୍ରହ୍ମପୁର ସହରର ଗୋଲନ୍ଥରା ଥାନା ଅଞ୍ଚଳର ନିବାସୀ । ବସରେ ବିଦ୍ୟୁତ୍‌ ତାଲ ଲାଗିବା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି।

ମୃତକଙ୍କ ତାଲିକା

୧) ବି. ଇରମ୍ମା ରେଡ୍ଡୀ (୩୮), ସ୍ୱାମୀ: ଚେନ୍ନୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୨) ବି. ଅଚିମ୍ମା (୬୫), ସ୍ୱାମୀ: ଗୁଡିଆ, ଗ୍ରାମ: ଡଙ୍କଲପାଡୁ
୩) କେ. ସନ୍ଧ୍ୟା (୩୫), ସ୍ୱାମୀ: ପପ୍ପେୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୪) କାମରାଜୁ ରେଡ୍ଡୀ (୬୫), ପିତା: ସ୍ୱର୍ଗତ ପୁରୁଷୋତ୍ତମ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୫) ବି ମୋହିନୀ (୪୦), ସ୍ୱାମୀ: ନୀଳକଣ୍ଠ, ଗ୍ରାମ: ଡଙ୍କଲପାଡୁ
୬) ବି ରମେୟା (୫୫), ପିତା: ସ୍ୱର୍ଗତ ବି ପଟାରି, ଗ୍ରାମ: ଡଙ୍କଲପାଡୁ
୭) ତୁଲାସାମା (୩୭), ସ୍ୱାମୀ: ଗୋପାଳ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୮) ସନ୍ତୋଷିନୀ ସାହୁ (୧୫), ପିତା: ଗୋପାଳ ସାହୁ, ଗ୍ରାମ: ଡଙ୍କଲପାଡୁ
୯) ତରଣ୍ୟା ରେଡ୍ଡୀ (୫୭), ସ୍ୱାମୀ: ସ୍ୱର୍ଗତ ବି ସନାଫକୀର ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ

ଗଞ୍ଜାମ ଜିଲ୍ଲା ମେନ୍ଦ୍ରାଜପୁରଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ପୁରା ବସରେ କରେଂଟ ଲାଗି ଯାଇଥିଲା । ସମସ୍ତେ ଏକ ବଡ ଧରଣର ବିଦ୍ୟୁତ୍ ଝଟକାରେ ଚିତ୍କାର କରି ଉଠିଥିଲେ । ପୁରା ବସରେ କରେଣ୍ଟ ଏତେ ଜୋର ଥିଲା ଯେ ସେଥିରୁ ମୁକୁଳିବା କଷ୍ଟକର ହୋଇପଡିଥିଲା । ଏହି ଘଟଣାରେ ୯ଜଣଙ୍କ ମୃତ୍ୟୁ ହେବା ସହ ୨୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ କଟକ ବଡ ମେଡିକାଲକୁ ରେଫର କରାଯାଇଛି ।