ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ଏବେ ସବୁଠାରୁ ବଡ ଚ୍ୟାଲେଞ୍ଜ। ଦ୍ୱନ୍ଦ୍ୱ ହେଲେ ହେବ ଡିଏନଏ ଟେଷ୍ଟ

405

କନକ ବ୍ୟୁରୋ: ବାହାନାଗା ଟ୍ରେନ ଦୁର୍ଘଟଣାରେ ୨୭୮ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତର୍ମାନ ଶବ ଚିହ୍ନଟ ମୁଖ୍ୟ ସମସ୍ୟା ପାଲଟିଛି । ଏ ନେଇ ରେଳବାଇ ବୋର୍ଡ ଓ ଏମ୍ସ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରାଯାଇଛି । ଶବ ଚିହ୍ନଟ ନହେଲେ ଡିଏନଏ ଟେଷ୍ଟ କରାଯିବ । ବର୍ତମାନ ସୁଦ୍ଧା ୧୦୧ ଶବର ଚିହ୍ନଟ ହୋଇପାରିନାହିଁ । ପ୍ରେସମିଟରେ କୁହାଯାଇଛି ଯେ, ଶବ ଗୁଡିକର ଚିହ୍ନଟ ପ୍ରକିୟା ଜାରିରହିଛି । ଶବ ଗୁଡିକୁ ସୁରକ୍ଷିତ ରଖିବାକୁ ଚେଷ୍ଟା ଚାଲିଛି । ହେଲପଲାଇନର ଯୋଗାଯୋଗ କରି ଯାତ୍ରୀ ଏବଂ ତାଙ୍କ ପରିବାପ ସୂଚନା ପାଇପାରିବେ । ମୃତକ ବାବଦରେ ମଧ୍ୟ ସୂଚନା ପାଇପାରିବେ ।