୩ ଦଫା ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ଧାରଣା, ଅଗଷ୍ଟ ୧୬ରୁ ସାମୂହିକ ଛୁଟିରେ ଯିବେ ସମସ୍ତ ପ୍ରାଥମିକ ଶିକ୍ଷକ

କନକ ବ୍ୟୁରୋ: ୩ ଦଫା ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ଆହ୍ଵାନରେ ପ୍ରାଥମିକଶିକ୍ଷକଙ୍କ ଗଣ ଧାରଣା ୬୪ ଦିନରେ ଜାରି ରହିଛି । ଗତ ୨୪ ତାରିଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଓ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଯୁଗ୍ମ ଭାବେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପ୍ରାଥମିକଶିକ୍ଷକ ମାନଙ୍କ (NPS ବର୍ଗର) ସମସ୍ତ ସଂଘ OPTA,PSTA,AOPTA ,WOPTF ମିଳିତ ପ୍ରାଥମିକଶିକ୍ଷକ ମଞ୍ଚ, OJTA ଏବଂ MLE ସଂଘ ଏବଂ AUPTF ସଂଘର ପ୍ରମୁଖ କର୍ମକର୍ତ୍ତା ଏଥିରେ ଯୋଗଦାନ କରିଥିଲେ । ପୂର୍ବରୁ ପ୍ରାଥମିକ ଶିକ୍ଷକଙ୍କ ଦାବି ଦୀର୍ଘଦିନରୁ ପୂରଣ ହୋଇନଥିବା କାରଣରୁ ପ୍ରାଥମିକ ଶିକ୍ଷକମାନେ ନଭେମ୍ବର ମାସରେ ଦୀର୍ଘ ୪ ଦିନ ଅହୋରାତ୍ର ଧାରଣା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବିଭିନ୍ନ ପର୍ଯ୍ୟାୟରେ ଉଚ୍ଚସ୍ତରୀୟ କମିଟି ସହିତ ଆନ୍ତଃମନ୍ତ୍ରିସ୍ତରୀୟ କମିଟିରେ ଆଲୋଚନା କରାଯାଇ ଥିଲେ ମଧ୍ୟ ଏଯାବତ୍ ପ୍ରାଥମିକ ଶିକ୍ଷକଙ୍କ ଦାବି ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଗତ ମେ ମାସ ୨୪ତାରିଖରୁ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ର ଆବାହକମଣ୍ଡଳୀ ଗଣ ଦୀର୍ଘ ୬୪ ଦିନ ହେବ ଧାରଣାରେ ବସି ବିଭିନ୍ନସ୍ତରରେ ଆଲୋଚନା ଜାରିରଖିଥିଲେ ବି କୌଣସି ପ୍ରକାର ସୁଫଳ ମିଳିନାହିଁ ।

ସରକାରଙ୍କର ଏହି ଭଳି ବୈମାତୃକ ମନୋଭାବର ପ୍ରତିବାଦରେ AUPTF ସଂଘର ଉପଦେଷ୍ଟା ତଥା ବରିଷ୍ଠ ଅଭିଜ୍ଞ ଶିକ୍ଷକ ନେତା ହୃଦାନନ୍ଦ ଦ୍ବିବେଦୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ଵର ଖାରବେଳ ନଗରସ୍ଥିତ ପ୍ରାଥମିକ ଶିକ୍ଷକ ଭବନଠାରେ ଗତ ୨୪ ତାରିଖରେ AUPTFର ମହାସଚିବ ଚାରୁଲତା ମହାପାତ୍ର ଓ ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତାଙ୍କ ଉପସ୍ଥିତିରେ UPTF ସଭାପତି ଓ ସମ୍ପାଦକମଣ୍ଡଳୀ, WOPTFର ନେତୃତ୍ବ OJTAର ନେତୃତ୍ବ, ଧାରଣାରେ ବସିଥିବା ମିଳିତ ମଞ୍ଚର ଆବାହକ ମଣ୍ଡଳୀ ଏବଂ MLEର ନେତୃତ୍ବ ବୃନ୍ଦଙ୍କ ମିଳିତ ନିଷ୍ପତି ମୁତାବକ ଆଗାମୀ ୧୫ଦିନ ମଧ୍ୟରେ ଦାବି ପୂରଣ ନହେଲେ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଅଗଷ୍ଟ୧୬ରୁ ସାମୂହିକ ଛୁଟିରେ ରହି ଏକ ନିର୍ଣ୍ଣାୟକ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହାକୁ କାର୍ଯ୍ୟକାରୀ କରିବାପାଇଁ ପ୍ରତ୍ୟେକ ସଂଘ ଏବଂ ଫୋରମରୁ ୩ ଜଣ ଲେଖାଏ ସଦସ୍ୟମାନଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe