କନକ ବ୍ୟୁରୋ: ସିଦ୍ଦରମୈୟାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ନେଇ କର୍ଣ୍ଣାଟକ ମନ୍ତ୍ରୀଙ୍କ ବଡ ବୟାନ । ମନ୍ତ୍ରୀ ଏମବି ପାଟିଲ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ସିଦ୍ଦରମୈୟା ଆଗାମୀ ୫ବର୍ଷ ଯାଏ ମୁଖ୍ୟମନ୍ତ୍ରୀ ରହିବେ । ପାଟିଲ କହିଛନ୍ତି, କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ତରଫରୁ ଅଢେଇ ଅଢେଇ ବର୍ଷର କାର୍ଯ୍ୟକାଳ ନେଇ କୌଣସି ଫର୍ମୁଲା ନଥିବା ସେ ସ୍ପଷ୍ଟ କରିଛନ୍ତି । ଶନିବାର ସିଦ୍ଦରମୈୟା ଏବଂ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ. ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ଏମବି ପାଟିଲ ଏହା ମଧ୍ୟ କହିଥିଲେ ଯେ ଆମେ ଏତିକି ଅବଗତ ଅଛୁ ଯେ, ଡିକେ ଶିବକୁମାର ଏବଂ ସିଦ୍ଦରମୈୟାଙ୍କ ମଧ୍ୟରେ ଶାସନ ଭାଗବଣ୍ଟାକୁ ନେଇ କୌଣସି ପ୍ରକାର ବୁଝାମଣା ହୋଇନାହିଁ । ଯଦି ସେହିଭଳି କୌଣସି ଯୋଜନା ହୋଇଥାନ୍ତା ତେବେ କଂଗ୍ରେସ ମହାସଚିବ କେସି ବେଣୁଗୋପାଲ ଆମକୁ ଏହା ବାବଦରେ ଅବଗତ କରିଥାନ୍ତେ । ତେବେ ସେଭଳି କିଛି ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/sida.jpg)