କନକ ବ୍ୟୁରୋ : ଗିରଫ ହେଲେ କୁବେର ଡିଏମ । ଇଡିକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କୁ ଗିରଫ କଲା ଭିଜିଲାନ୍ସ । ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ ଗୟା ସାନ୍ତରା । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା । ଗୟା ସାନ୍ତରାଙ୍କ ଭୁବନେଶ୍ୱର ସ୍ଥିତ ଘରୁ ୧ କୋଟି ୬ ଲକ୍ଷ ୪୪ ହଜାର ଟଙ୍କା ମିଳିଥିବା ବେଳେ ଆକାଉଣ୍ଟରେ ଥିଲା ୪ କୋଟି ୧୯ ଲକ୍ଷ ଟଙ୍କା ।
କେବଳ ଏତିକି ନୁହେଁ, ଗୟା ସାନ୍ତରାଙ୍କ ଘରୁ ସୁନା ଗହଣା ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ୧ କିଲୋ ୮୩ ଗ୍ରାମ ସୁନା ଓ ୬ କେଜି ୭୫୦ ଗ୍ରାମ ରୁପା ଜବତ ହୋଇଛି । ଏହା ଭିତରେ ରହିଛି ରୁପା ଗ୍ଲାସ, ଗିନା, ଥାଳି ଭଳି ବହୁ ସାମଗ୍ରୀ । ଏହାସହ କୁବେର ବାବୁଙ୍କ ନାଁରେ ୧୩ଟି ପ୍ଲଟ ଓ ଆଲିସାନ କୋଠା ରହିଛି । ତେବେ ଗୟା ସାନ୍ତରା କୋଟି କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟ ଅଣାଯାଇ ପଚରାଉଚରା କରାଯାଇଥିଲା । ପରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/42-8.jpg)