କନକ ବ୍ୟୁରୋ : ଇଡକୋ ସିଜିଏମ୍ ସରୋଜକାନ୍ତ ମିଶ୍ର ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସରୋଜକାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସରୋଜକାନ୍ତଙ୍କ ବିଭିନ୍ନ ଠିକଣାରେ ପ୍ରଥମେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ବେଳେ ଅନେକ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ୧୦ଟି ପ୍ଲଟ, ୨ଟି ଫ୍ଲାଟ, ୩ ମହଲା ବିଲ୍ଡିଂ ଠାବ ହୋଇଥିଲା । କେବଳ ସେତିକି ନୁହେଁ ୮୭୦ ଗ୍ରାମ ସୁନା, ବ୍ୟାଙ୍କ ଜମା ଓ ବୀମା ଟଙ୍କା ମଧ୍ୟ ଠାବ ହୋଇଥିଲା । ତାଙ୍କ ନିକଟରୁ ୨୫.୫୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିଲା । ଏହା ତାଙ୍କର ଆୟ ଠାରୁ ୧୫୫ ପ୍ରତିଶତ ଅଧିକ ବୋଲି କହିଥିଲା ଭିଜିଲାନ୍ସ ।
ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ
/kanak/media/post_attachments/wp-content/uploads/2023/12/IDCO-vigilance.jpg)