ଇଡି ସ୍କାନରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ: ପାଠକ ବାପା-ପୁଅଙ୍କ ଲିଙ୍କରେ ଖୋଳତାଡ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ

କ୍ରାଇମବ୍ରାଂଚକୁ ଜାଲିଆତି ଓ ଠକେଇ ଅର୍ଥ କାରବାରର ମାଗିଲା ତଥ୍ୟ । ସେପଟେ ଟାଟା ମୋଟର୍ସରେ ନିଯୁକ୍ତି ଦେବା ନାଁରେ ପ୍ରଦୀପଙ୍କ ବିରୋଧରେ ଆସିଲା ଠକେଇ ଅଭିଯୋଗ

137

କନକ ବ୍ୟୁରୋ: ଇଡି ସ୍କାନରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପାଠକ ବାପା-ପୁଅଙ୍କ ଲିଙ୍କରେ ଖୋଳତାଡ କରିବ ପ୍ରବର୍ତନ ନିର୍ଦେଶାଳୟ । କ୍ରାଇମବ୍ରାଂଚକୁ ଜାଲିଆତି ଏବଂ ଠକେଇ ଅର୍ଥ କାରବାରର ତଥ୍ୟ ମାଗିଲା ପ୍ରବର୍ତନ ନିର୍ଦେଶାଳୟ ।

ସେପଟେ, ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବି ବଢିବାରେ ଲାଗିଛି । ତାଙ୍କ ନାଁରେ ଆସିଛି ବଡ ଟଙ୍କା ଠକେଇ ଅଭିଯୋଗ । ଝିଅ୦କୁ ଚାକିରୀ ଦେବା ନାଁରେ ସେ ୬ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ କହିବାକୁ ସେ ଏହି ଟଙ୍କା ଦେଇଥିଲେ ବୋଲି କହିଛନ୍ତି ସଂପୃକ୍ତ ବ୍ୟକ୍ତି ।

ସଂପୃକ୍ତି ବ୍ୟକ୍ତି ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲି ଜଣାପଡିଛି । ଟାଟ ମୋଟର୍ସ ନାଁରେ ଏହି ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି । ତାଙ୍କର କହିବା ଅନୁସାରେ, ଏହି ଟଙ୍କା ଦେବାକୁ ବିଧାୟକ କହିଥିଲେ । ଆଉ ତାଙ୍କ କହିବା ମୁତାବକ ସଂପୃକ୍ତ ବ୍ୟକ୍ତି ଟଙ୍କା ଡିପୋଜିଟ କରିଥିଲେ ।