କନକ ବ୍ୟୁରୋ: ସଂକ୍ରମଣ ବଢୁଛି, ସଙ୍ଗୀନ ହେଉଛି ସ୍ଥିତି । ଭୁବନେଶ୍ୱର କୋଭିଡ୍ ହସପିଟାଲରେ ଆଇସିୟୁ ଭର୍ତ୍ତି । ଜୁଲାଇ ମାସରେ ଅସମ୍ଭାଳ ହେଉଛି ସ୍ଥିତି । ଗତ ୧୨ ଦିନ ଧରି ଦୈନିକ ପ୍ରାୟ ୫୦୦ ହାରରେ ଯୋଡି ହେଉଛନ୍ତି ନୂଆ ଆକ୍ରାନ୍ତ । ପରିସ୍ଥିତି ଏପରି ବିଗିଡ଼ି ଗଲାଣି ଯେ କେଉଁଠି ବେଡ୍ ତୁଳନାରେ କରୋନା ରୋଗୀ ଅଧିକ ହୋଇଗଲାଣି ତ କେଉଁଠି ଶହେ ପ୍ରତିଶତ ଆଇସିୟୁ ଭର୍ତି ।

Advertisment

ଥରେ ପଢ଼ି ନିଅନ୍ତୁ... ରାଜ୍ୟର କିଛି ପ୍ରମୁଖ କୋଭିଡ୍ ହସପିଟାଲ ଆଇସିୟୁର ସ୍ଥିତି ଉପରେ ।

ଭୁବନେଶ୍ୱର ସମ୍ ହସପିଟାଲ୍ - ଆଇସିୟୁ ବେଡ୍ ସଂଖ୍ୟା ୨୫ – ୨୫ଟି ଯାକ ପୂର୍ଣ୍ଣ
ଅର୍ଥାତ ଶହେ ପ୍ରତିଶତ ଆଇସିୟୁ ବେଡ୍ରେ ଚିକିତ୍ସିତ ହେଉଛନ୍ତି ଗୁରୁତର ଥିବା କରୋନା ଆକ୍ରାନ୍ତ । ସେହିପରି

ଭୁବନେଶ୍ୱର କିମ୍ସ ହସପିଟାଲ - ଆଇସିୟୁ ବେଡ୍ ସଂଖ୍ୟା ୪୫ – ୪୫ଟି ବେଡ୍ରେ ରୋଗୀ
ଏଥିରେ ମଧ୍ୟ ନୂଆ ରୋଗୀଙ୍କ ପାଇଁ ଆଉ ଜାଗା ନାହିଁ ।

ଗଂଜାମ ଟାଟା ମେଡିକାଲ ହସପିଟାଲ୍ - ଆଇସିୟୁ ବେଡ୍ ସଂଖ୍ୟା ୫୦ – ସେଥିରୁ ୩୧ ବେଡ୍ରେ ଚିକିତ୍ସିତ ହେଉଛନ୍ତି ଆକ୍ରାନ୍ତ । ୬୨ ପ୍ରତିଶତ ବେଡ ପୂର୍ଣ୍ଣ ହୋଇଯାଇଛି ।

କଟକ ଅଶ୍ୱିନୀ ହସପିଟାଲ୍ - ଆଇସିୟୁ ବେଡ୍ ସଂଖ୍ୟା ୩୪ – ୨୦ଟି ବେଡ ଅଛନ୍ତି ରୋଗୀ, ପ୍ରାୟ ୫୯ ପ୍ରତିଶତ ଆଇସିୟୁ ବେଡ୍ ଭର୍ତି ହୋଇଯାଇଛି ।

ଏବେ ପଢ଼ନ୍ତୁ ଆଉ କିଛି ପ୍ରମୁଖ ହସପିଟାଲରେ କ’ଣ ରହିଛି ଭେଂଟିଲେଟର ସ୍ଥିତି

କଟକ ଅଶ୍ୱିନୀ ହସପିଟାଲ୍ – ଭେଂଟିଲେଟର ସଂଖ୍ୟା ୧୦ – ୮ ଭେଂଟିଲେଟରରେ ରୋଗୀ, ଅର୍ଥାତ ୮୦ ପ୍ରତିଶତ ଭେଂଟିଲେଟରରେ ରୋଗୀ ରହିଛନ୍ତି । ସେହିପରି

ଭୁବନେଶ୍ୱର ସମ୍ ହସପିଟାଲ୍ - ଭେଂଟିଲେଟର ସଂଖ୍ୟା ୨୫ – ୯ ଜଣ ରୋଗୀ ଅଛନ୍ତି ଭେଂଟିଲେଟରରେ

ଭୁବନେଶ୍ୱର କିମ୍ସ ହସପିଟାଲ୍ - ଭେଂଟିଲେଟର ସଂଖ୍ୟା ୨୦ – ୮ ଜଣ ରୋଗୀ ଭେଂଟିଲେଟରରେ ଅଛନ୍ତି

ଗଂଜାମ ଟାଟା ମେଡିକାଲ ହସପିଟାଲ୍ - ଭେଂଟିଲେଟର ସଂଖ୍ୟା ୫୦ – ୨ ଜଣ ରୋଗୀ ଭେଂଟିଲେଟରରେ ଅଛନ୍ତି

ତେବେ ସମସ୍ତ ଜିଲ୍ଲା କୋଭିଡ୍ ହସପିଟାଲର ସ୍ଥିତି ଉପରେ –
ସାଧାରଣ ବେଡ ସଂଖ୍ୟା – ୫,୪୩୨ ରୋଗୀ ସଂଖ୍ୟା – ୨,୧୬୮
ମୋଟ ଆଇସିୟୁ ବେଡ୍ - ୪୨୨ ଆଇସିୟୁ ରୋଗୀ ସଂଖ୍ୟା – ୧୨୬
ମୋଟ ଭେଂଟିଲେଟର - ୨୨୫ ଭେଂଟିଲେଟରରେ ଥିବା ରୋଗୀ – ୨୮

ବର୍ତମାନର ସ୍ଥିତିକୁ ଦେଖି ବେଡ୍ ସଂଖ୍ୟା ବଢ଼ାଇବାକୁ ଯୋଜନା କରିଛନ୍ତି ସରକାର । ତେବେ ଜୁଲାଇ ଆରମ୍ଭରୁ ଯେଭଳି ହାରରେ କରୋନା ସଂକ୍ରମଣ ବଢ଼ିଚାଲିଛି, ଆଗକୁ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆଇସିୟୁ ଓ ଭେଂଟିଲେଟରର ଅଭାବ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି ।