ଆଜି ପ୍ରକାଶ ପାଇବ ଆଇସିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ : ଅପରାହ୍ନ ୩ଟାରେ ପ୍ରକାଶ ପାଇବ ପରୀକ୍ଷାଫଳ; ୱେବ୍ ସାଇଟ୍, ଏସଏମଏସ ଜରିଆରେ ଫଳ ଜାଣପାରିବେ ଛାତ୍ରଛାତ୍ରୀ 

ଆଜି ପ୍ରକାଶ ପାଇବ ଆଇସିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ : ଅପରାହ୍ନ ୩ଟାରେ ପ୍ରକାଶ ପାଇବ ପରୀକ୍ଷାଫଳ; ୱେବ୍ ସାଇଟ୍, ଏସଏମଏସ ଜରିଆରେ ଫଳ ଜାଣପାରିବେ ଛାତ୍ରଛାତ୍ରୀ 

କନକ ବ୍ୟୁରୋ :  ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଆଇସିଏସଇ ରେଜଲ୍ଟ । ଗତ ମାର୍ଚ୍ଚ ଶେଷ ସପ୍ତାହରେ ବାତିଲ ହୋଇଥିବା କେତେକ ପରୀକ୍ଷା ଜୁନ୍ ଏବଂ ପରେ ଜୁଲାଇକୁ ଘୁଂଚାଯାଇଥିଲା ।କିନ୍ତୁ ସଂକ୍ରମଣ ବଢୁଥିବା ଦେଖି ଏସବୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହା ପରେ ଆଇସିଏସଇ ଅନ୍ତର୍ଗତ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳ ପ୍ରକାଶ ଆଜି ପ୍ରକାଶ ପାଇବ । ଚଳିତ ବର୍ଷ ରାଜ୍ୟର ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆଇସିଏସଇ ପରୀକ୍ଷା ଦେଇଛନ୍ତି ।

ଅପରାହ୍ନ ୩ଟା ପରେ ଆଇସିଏସ୍ଇ, ଆଇଏସ୍‌ସି ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ cisce.org କିମ୍ବା results.cisce.org ୱେବସାଇଟକୁ ଯାଇ ରେଜଲ୍ଟ ଦେଖିପାରିବେ। ଏହାବାଦ୍‌ ଛାତ୍ରଛାତ୍ରୀ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ। ଏଥିପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମେସେଜ୍‌ ବକ୍ସକୁ ଯାଇ ଆଇସିଏସ୍‌ଇ ପରେ ୭ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର ଟାଇପ୍ କରି ୦୯୨୪୮୦୮୨୮୮୩ ନମ୍ବରରେ ପଠାଇବାକୁ ପଡ଼ିବ। ସେହିପରି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଇଏସ୍‌ସି ପରେ ୭ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ପରିଚୟ ନମ୍ବର ଟାଇପ୍ କରି ୦୯୨୪୮୦୮୨୮୮୩ ନମ୍ବରରେ ପଠାଇବାକୁ ପଡ଼ିବ। ଏହାପରେ ଛାତ୍ରଛାତ୍ରୀଙ୍କୁ ମୋବାଇଲରେ ରେଜଲ୍ଟ ପାଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe