ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ: ଅପରାହ୍ନ ୩ଟା ପରେ ଅଫିସିଆଲ ୱେବସାଇଟରେ ଦେଖି ପାରିବେ ଛାତ୍ରଛାତ୍ରୀ

ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ: ଅପରାହ୍ନ ୩ଟା ପରେ ଅଫିସିଆଲ ୱେବସାଇଟରେ ଦେଖି ପାରିବେ ଛାତ୍ରଛାତ୍ରୀ

Source:Hindustan Times

କନକ ବ୍ୟୁରୋ: ଆଜି ଅର୍ଥାତ୍ ମଇ ୧୪ ତାରିଖରେ କାଉନସିଲ ଫର ଇଣ୍ଡିୟନ ସିର୍ଟିଫିକେଟ ଏଗଜାମିନେସନ୍ (ସିଆଇଏସସିଇ) ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ ଅପରାହ୍ନ ୩ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସିଆଇଏସସିଇ ବୋର୍ଡର ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳକୁ ଅଫିସିଆଲ ୱେବସାଇଟରେ ଦେଖି ପାରିବେ। ଏହି ୱେବସାଇଟ ହେଲା www.cisce.org।

ସୂଚନାଯୋଗ୍ୟ, କାଉନସିଲ ଫର ଇଣ୍ଡିୟନ ସିର୍ଟିଫିକେଟ ଏଗଜାମିନେସନ୍ (ସିଆଇଏସସିଇ) ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ୨୦୧୮ ଫେବ୍ରୁଆରି ୨୬ରୁ ନେଇ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥିଲା। ଏତଦବ୍ୟତୀତ ଆଇଏସସି ଦ୍ୱାଦଶ ପରୀକ୍ଷା ୨୦୧୮ ଫେବ୍ରୁଆରି ୭ରେ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖରେ ଶେଷ ହୋଇଥିଲା।

ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ www.cisce.org ବ୍ୟତୀତ ଅନ୍ୟ ୱେବସାଇଟ୍ ଯେଭଳି examresults.net କିମ୍ବା results.nic.inକୁ ଯାଇ ନିଜର ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳର ସୂଚନା ପାଇ ପାରିବେ। ଏହି ୱେବସାଇଟରେ ବି ଛାତ୍ରଛାତ୍ରୀ ଦିନ ୩ଟା ପରେ ପରୀକ୍ଷାଫଳ ଦେଖି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe