ମାଷ୍ଟରକ୍ୟାଂଟିନର ଐତିହ୍ୟ ଘୋଡା ଉଠାଇବାକୁ ନେଇ ପ୍ରତିବାଦ : ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

104

କନକ ବ୍ୟୁରୋ : ମାଷ୍ଟରକ୍ୟାଂଟିନ ଛକରୁ ଐତିହ୍ୟ ଘୋଡା ସ୍ଥାନାନ୍ତରକୁ ନେଇ ପ୍ରତିବାଦ । ବିଭିନ୍ନ ସଂଗଠନ ପକ୍ଷରୁ ନିଷ୍ପତି ପ୍ରତ୍ୟାହାର ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ । ପୂଜ୍ୟପୂଜା ସଂସ୍କୃତି ଅଭିଯାନ, କଳିଙ୍ଗ ପାଇକ ମହାସଂଘ, ରାଜଧାନୀ ବୌଦ୍ଧିକ ସମାବେଶ, ଜନଚେତନା ପରିଷଦ, ନବବର୍ଷ ମହୋତ୍ସବ ପରିଷଦ ଓ ମଦମୁକ୍ତ ଅଭିଯାନର ସଦସ୍ୟମାନେ ଏକାଠି ହୋଇ ଘୋଡାର ସ୍ଥାନାନ୍ତରଣକୁ ବିରୋଧ କରି ପ୍ରତିବାଦ କରିଛନ୍ତି । ସ୍ମାର୍ଟ ଜନପଥ ପ୍ରକଳ୍ପ ପାଇଁ ଘୋଡାକୁ ରାଜଭବନ ଛକକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ନେଇଛି ସଂସ୍କୃତି ବିଭାଗ । ବିଏମସି, ବିଡିଏ ଓ ସଂସ୍କୃତି ବିଭାଗ ମିଳିତ ଭାବେ ଏହି ନିଷ୍ପତି ନେଇଛନ୍ତି ।