ହର୍ଡ ଇମ୍ୟୁନିଟି ଠାରୁ ବହୁ ଦୂରରେ ଭାରତ: ଦ୍ୱିତୀୟ ସେରୋ ସର୍ଭେରେ ଦେଶରେ ମୋଟ ସଂକ୍ରମଣ ହାର ଲୋକସଂଖ୍ୟା ତୁଳନାରେ ନଗଣ୍ୟ; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଲେ କେବଳ ଶ୍ୱାସତନ୍ତ୍ର ନୁହେଁ ଶରୀରର ବିଭିନ୍ନ ଅଙ୍ଗକୁ କରୁଛି ପ୍ରଭାବିତ

ସତର୍କ ରହିବାକୁ ଦେଲେ ପରାମର୍ଶ

258

କନକ ବ୍ୟୁରୋ: ଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହି ମାରାତ୍ମକ ଭୂତାଣୁକୁ ନେଇ ଚିନ୍ତା ବଢି ଯାଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବହୁ ଦେଶ ନିଜ ନିଜ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏବେ ବି ଏହା ଅଦମନୀୟ ହୋଇ ରହିଛି । ହେଲେ ଭାରତ ପାଇଁ ଏହା କେବଳ ଗୋଟିଏ ଆଶ୍ୱସ୍ତର କଥା ଯେ, ଦେଶର ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସାପ୍ତାହିକ ରବିବାର ସମ୍ବାଦ କାର୍ଯ୍ୟକ୍ରମରେ ଦେଇଥିବା ଏକ ବୟାନ ଏବେ ଚର୍ଚ୍ଚାରେ । ଭାରତର ଜନସଂଖ୍ୟା ଅନୁସାରେ ଦେଶ ଏବେ ବି ହର୍ଡ ଇମ୍ୟୁନିଟି ଠାରୁ ବହୁତ ଦୂରରେ ।

ସେ କହିଛନ୍ତି ଆଇସିଏମଆର କରିଥିବା ଦ୍ୱିତୀୟ ସେରୋ ସର୍ଭେ ଅନୁସାରେ ସଂକ୍ରମଣ ହାର ବେଶ୍ କମ୍ । ପ୍ରଥମ ସେରୋ ସର୍ଭେ ଅନୁସାରେ ଏହି ପରିମାଣ ମାତ୍ର ୦ ଦଶମିକ ୭୩ ପ୍ରତିଶତ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୌଣସି ବ୍ୟକ୍ତି ହାଲୁକା ମନୋଭାବ ଗ୍ରହଣ ନକରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ସେ କହିଛନ୍ତି ଏହି ଭୂତାଣୁ ସଂକ୍ରମଣ ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ୟ ପ୍ରଭାବିତ କରୁଛି । ତେଣୁ ସମସ୍ତେ ସତର୍କ ରହିବା ଜରୁରୀ ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି । ସୋସିଆଲ ମିଡିଆରେ କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରତି ରବିବାର ଲୋକଙ୍କ ପ୍ରଶ୍ନର ଉତର ଦେଇଥାନ୍ତି ।