କନକ ବ୍ୟୁରୋ: ଖରା ଦିନରେ ବଢ଼ୁଛି କୋଲ୍ଡ ଡ୍ରିଙ୍କସ ଚାହିଦା । ଖରା ତାତିରେ ଟିକେ କୋଲ୍ଡ ଡ୍ରିଙ୍କସ ପିଇ ସମସ୍ତ ଆଶ୍ୱସ୍ତ ହେଉଛନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପ୍ରତି ବିପଦ । ଏନେଇ ସତର୍କ କରାଇଛି ଆଇସିଏମଆର । ପାଣି କିମ୍ବା ତାଜା ଫଳର ବିକଳ୍ପ ନୁହେଁ କୋଲ୍ଡ ଡ୍ରିଙ୍କ୍ସ । ଏଥିପାଇଁ କୋଲ୍ଡ ଡ୍ରିଙ୍କସ ବ୍ୟବହାରରୁ ଦୂରେଇ ରହିବାକୁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଆଇସିଏମଆର ଓ ରାଷ୍ଟ୍ରୀୟ ପୋଷଣ ସଂସ୍ଥା ବା ଏନଆଇଏନ ପକ୍ଷରୁ କୁହାଯାଇଛି । ଉଭୟ ସଂସ୍ଥା ପକ୍ଷରୁ ଏନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ମୃଦୁ ପାନୀୟରେ ଫସଫେରିକ ଏସିଡ଼ ରହିଛି, ଯାହା ଦାନ୍ତର ଏନାମେଲକୁ ନଷ୍ଟ କରୁଛି । ଏହାର ଅଧିକ ବ୍ୟବହାର କ୍ଷୁଧାକୁ ମଧ୍ୟ ପ୍ରଭାବିତ କରିଥାଏ । ବ୍ୟବହାରରୁ ଦୂରେଇ ରହିବା ସହ ଦହି, ଲେମ୍ବୁ ଓ ପଇଡ଼ ପାଣି ପିଇବାକୁ ପରାମର୍ଶ ଦେଇଛି ଆଇସିଏମଆର ।