କନକ ବ୍ୟୁରୋ : ଇସିଏମ୍ଆର୍ ଦ୍ବାରା କରାଯାଇଥିବା ଦେଶର ପ୍ରଥମ ଜାତୀୟସ୍ତରର ସେରୋ ସର୍ଭେ ରିପୋର୍ଟ୍ ପ୍ରକାଶ ପାଇଛି। ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ୍ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଉକ୍ତ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଦେଶରେ ୬୪ ଲକ୍ଷରୁ ଅଧିକ ଲୋକ ମେ’ ଆରମ୍ଭ ସୁଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି। ଗ୍ରାମୀଣ ଭାରତରେ ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ରହିଛି। ଗ୍ରାମୀଣ ଭାରତରେ ସର୍ବାଧିକ ୬୯.୪ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷେ ସହରାଞ୍ଚଳରେ ବସ୍ତି ଗୁଡ଼ିକରେ ୧୫.୯ ପ୍ରତିଶତ ଏବଂ ସହରାଞ୍ଚଳ ଅଣବସ୍ତି ଅଞ୍ଚଳରେ ୧୪.୬ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟ ଜଣାପଡ଼ିଛି ଯେ, ୧୮-୪୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ସେରୋ ପଜିଟିଭ୍ ସର୍ବାଧିକ ୪୩.୩ ପ୍ରତିଶତ ରହିଛି ।
ଏହାପରେ ୪୬ରୁ ୬୦ ବର୍ଷ ମଧ୍ୟରେ ସେରୋ ପଜିଟିଭ୍ ୩୯.୫ ପ୍ରତିଶତ ଏବଂ ୬୦ ବର୍ଷରୁ ଅଧିକ ବୟସ ମଧ୍ୟରେ ସେରୋ ପଜିଟିଭ୍ ୧୭.୨ ପ୍ରତିଶତ ରହିଛି। ମେ’ ପ୍ରଥମ ସୁଦ୍ଧା ଦେଶରେ ୬୪ ଲକ୍ଷ ୬୮ ହଜାର ୩୮୮ ଯୁବଗୋଷ୍ଠୀ କରୋନା ସଂକ୍ରମିତ ହୋଇଛନ୍ତି। ମେ’ ୧୧ରୁ ଜୁନ୍ ୪ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ୨୮,୦୦୦ ବ୍ୟକ୍ତିବିଶେଷଙ୍କୁ ସର୍ବେକ୍ଷଣରେ ସାମିଲ କରାଯାଇଥିଲା। ତେବେ ସାମଗ୍ରିକ ଭାବେ ଭାରତରେ ସେରୋ ପଜିଟିଭ୍ କମ୍ ରହିଛି। ୨୧ଟି ରାଜ୍ୟରେ ଏହି ସର୍ଭେ କରାଯାଇଛି। ମୋଟ୍ ୦.୭୩ ପ୍ରତିଶତ ଯୁବଗୋଷ୍ଠୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/reu_india_cor-750x430.jpg)