ଯଦି ଆପଣଙ୍କ ବ୍ୟାଙ୍କ ଖାତାରେ ନାହିଁ ଟଙ୍କାଟିଏ ବି ବାଲାନ୍ସ..ତଥାପି ଉଠାଇପାରିବେ ୫ରୁ୨୦ ହଜାର ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

5,167

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଂଟରେ ଟଙ୍କାଟିଏ ବି ବାଲାନ୍ସ ନାହିଁ । ତେବେ ବି ଆପଣ ଆପଣଙ୍କର ଖାତାରୁ ହଜାର ହଜାର ଟଙ୍କା ଉଠାଇ ପାରିବେ । ଆଜ୍ଞା ହଁ ! କଥାଟା ଆପଣଙ୍କୁ ମିଛ ଲାଗୁଥିଲେ ବି ଏହା ସଂପୂର୍ଣ୍ଣ ରୂପେ ସତ୍ୟ ଅଟେ ।

ଖାଲି ଖାତାରୁ ବି ଉଠାଇ ପାରିବେ ଟଙ୍କା

ପ୍ରକୃତ ଘଟଣାଟି ହେଲା, ଦେଶର ପ୍ରମୁଖ ବ୍ୟାଙ୍କ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ଆଇସିଆଇସିଆଇ । ଆଉ ଏହି ବ୍ୟାଙ୍କ ନିଜର ଗ୍ରାହକମାନଙ୍କ ପାଇଁ ଏଭଳି ଏକ ଡିଜିଟାଲ କ୍ରେଡିଟ ସୁବିଧା ଆରମ୍ଭ କରିଛି । ଯେଉଁ ସର୍ଭିସ ଆଧାରରେ ଆପଣ ଆକାଉଂଟରେ ଜିରୋ ବାଲାନ୍ସ ଥିବା ସତ୍ୱେ ବି ୧୫ରୁ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ । ତେବେ ଏହି ଟଙ୍କାକୁ ଆପଣଙ୍କୁ ୪୫ ଦିନ ମଧ୍ୟରେ ବ୍ୟାଙ୍କକୁ ଫେରସ୍ତ କରିବାକୁ ହେବ । ଏଭଳି ନକରିଲେ ଆପଣଙ୍କର ଆକାଉଂଟରୁ ଇନଟ୍ରେଷ୍ଟ ବି ନିଆଯାଇପାରେ । ସେହିପରି ଏହି ଅଫରର ଲାଭ କିଭଳି ମିଳିବ । ଏସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ବ୍ୟାଙ୍କକୁ ଫେରସ୍ତ କରିବାକୁ ପଡିବ ଟଙ୍କା

ଆଇସିଆଇସିଆଇ ବ୍ୟାଙ୍କ ନିଜର ଗ୍ରାହକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଦେଇ ରଖିଛି । ‘ପେଲାଟର’ ସୁବିଧା ଆଧାରରେ ଆପଣଙ୍କୁ ଅନଲାଇନ ପେମେଂଟର ବିକଳ୍ପ ମିଳିବ । ଏହାର ସହାୟତାରେ ଆପଣ କୌଣସି ବି ପ୍ରକାରର ଅନଲାଇନ ପର୍ଚେଜିଂ କରିପାରିବେ । ଏଥିସହିତ ହିଁ ଆପଣ ସବୁ ପ୍ରକାରର ଆଉଟଲେଟ ଏବଂ ଦୋକାନରୁ ବି ଭିମ ୟୁପିଆଇ ଜରିଆରେ ପେମେଂଟ କରିପାରିବେ । ଏଥିପାଇଁ ଆପଣଙ୍କୁ ଆଇମୋବାଇଲ ଆପର ସହାୟତା ନେବାକୁ ହେବ । ପେଲାଟର ଜରିଆରେ ଆପଣ ୫ ହଜାର ରୁ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିପାରିବେ । ବ୍ୟାଙ୍କ ତରଫରୁ ଦିଆଯାଇଥିବା ଏହି ଟଙ୍କାକୁ ଆପଣଙ୍କୁ ଏକ ନିର୍ଧାରିତ ସମୟ ସୀମା ମଧ୍ୟରେ ଫେରସ୍ତ ବି କରିବାକୁ ପଡିବ । ଏଭଳି ନକଲେ ଆପଣଙ୍କୁ ଏଥିପାଇଁ ଇନଟ୍ରେଷ୍ଟ ଦେବାକୁ ପଡିବ ।

କଣ ରହିଛି ସମୟ ସୀମା

ପେଲାଟର ଆଧାରରେ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ୪୫ ଦିନ ପର୍ଯ୍ୟନ୍ତ ସମୟ ଦିଆଯିବ । ଆପଣଙ୍କୁ ବ୍ୟାଙ୍କ ଭିମ ୨.୦ ଆପରେ ଏହି ସୁବିଧା ପ୍ରଦାନ କରିଥାଏ । ଏହି ଆପ ଜରିଆରୁ ହିଁ ଆପଣ ପେମେଂଟ ବି କରିପାରିବେ । କୁହାଯାଉଛି କି, ଏହି ସୁବିଧା ଜରିଆରେ ଆପଣ ୨୦ ହଜାର ଟଙ୍କାର ଅନଲାଇନ ପର୍ଚେଜିଂ ରୁ ଆରମ୍ଭ କରି ସବୁ ପ୍ରକାରର କିଣାକିଣି କରିପାରିବେ । ଏହାପରେ ଆପଣଙ୍କର ମାସ ପହିଲାରୁ ବିଲ ଜେନରେଟ କରାଯିବ ଏବଂ ଆଗାମୀ ମାସର ୧୫ ତାରିଖ ସୁଧା ପରିଶୋଧ କରିବାକୁ କୁହାଯିବ ।