ଏଣିକି ଆପଣ ସୋସିଆଲ ମିଡିଆରେ ମାଧ୍ୟମରେ ଟଙ୍କା ପଠାଇ ପାରିବେ । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରବାସୀ ଭାରତୀୟ ମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଟଙ୍କା ପ୍ରେରଣ କରିବାର ସୁବିଧା ପ୍ରଦାନ କରାଯାଉଛି । ଭାରତରେ ଥିବା ଯେକୌଣସି ହିତାଧିକାରୀଙ୍କୁ ପ୍ରବାସୀ ଭାରତୀୟମାନେ ଇ-ମେଲ କିମ୍ବା ହ୍ୱାଟସଆପ ମାଧ୍ୟମରେ ଟଙ୍କା ପଠାଇପାରିବେ । ଆଇସିଆଇସିଆଇ ବ୍ୟାଙ୍କର ମନି ଟୁ ଇଣ୍ଡିଆ ଆପ୍ ଜରିଆରେ ଟଙ୍କା ପଠାଇବା କାମ ସହଜରେ ହୋଇପାରିବ । ଦେଶର ପ୍ରଥମ ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ପ୍ରବାସୀ ଭାରତୀୟ ମାନଙ୍କୁ ଅର୍ଥରାଶି ରେମିଟ୍ କରିବାର ଏଭଳି ସୁବିଧା ପ୍ରଦାନ କରାଯାଇଛି ।
ଅର୍ଥରାଶି ପ୍ରେରଣ କରିବାକୁ ହେଲେ ବ୍ୟବହାରକାରୀଙ୍କୁ ମନି ଟୁ ଇଣ୍ଡିଆ ଆପ୍ ରେ ଏକ ସିକ୍ୟୁର ଲିଙ୍କ୍ ସୃଷ୍ଟି କରି ତାହାକୁ ହିତାଧିକାରୀଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ କିମ୍ବା ଇ-ମେଲ ରେ ସେୟାର କରିବାକୁ ହେବ। ଏହି ଲିଙ୍କର ବୈଧତା ହେଉଛି ୨୪ ଘଣ୍ଟା। ସେହି ଲିଙ୍କରେ ହିତାଧିକାରୀ ନିଜର ବ୍ୟାଙ୍କ ବିବରଣୀ ପ୍ରଦାନ କରିବେ। ମନି ଟୁ ଇଣ୍ଡିଆ ଆପ୍ ବ୍ୟବହାରକାରୀ ସେହି ବିବରଣୀ ହାସଲ କରି ତାହାକୁ ଯାଞ୍ଚ କରିବା ପରେ ଆପ୍ ରେ ପେମେଣ୍ଟ ବିବରଣୀକୁ କନଫର୍ମ କରିବେ। ଏଥି ସହିତ ସୁରକ୍ଷିତ ଭାବେ ଅର୍ଥରାଶି ଟ୍ରାନ୍ସଫର୍ ହୋଇଯିବ।
ଆଇସିଆଇସିଆଇ ବ୍ୟାଙ୍କ ଭାରତର ଏକମାତ୍ର ଓ ବିଶ୍ୱର କିଛି ହାତ ଗଣତି ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ଯାହା ସୋସିଆଲ ମିଡିଆ ଜରିଆରେ ଅର୍ଥରାଶି ପ୍ରେରଣ କରୁଛି । ମନିଟୁଇଣ୍ଡିଆ ଆପ ରେ ସୁରକ୍ଷିତ ଭାବେ ଅର୍ଥରାଶି ପ୍ରେରଣ ହେବ। ଏହା ସୂଚନାକୁ ଗୋପନୀୟ ରଖିଥାଏ। ପ୍ରତି କାରବାର ବେଳେ ଆପ୍ ଓ ବ୍ୟାଙ୍କ ଭଳି ଦୁଇଟି ସ୍ତରରେ ଅଥେଂଟିକେସନ୍ (ସ୍ୱୀକୃତି) ହାସଲ କରିବାକୁ ହୁଏ। ତେଣୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। ଗ୍ରାହକମାନେ ସୁରକ୍ଷିତ ଓ ନିରାପଦରେ ଅର୍ଥରାଶି ପ୍ରେରଣ କରିପାରିବେ। ଆଇସିଆଇସିଆଇ ବ୍ୟାଙ୍କର ଏହି ମନି ଟୁ ଇଣ୍ଡିଆ ଆପ ଗ୍ରାହକ ମାନଙ୍କର ବେଶ ଉପକାରୀ ସାବ୍ୟସ୍ତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/The-Advantages-of-Using-Social-Media-to-Transfer-Money.jpg)
/kanak/media/post_attachments/wp-content/uploads/2018/04/15_28_541922686icici-ll-300x162.jpg)
/kanak/media/post_attachments/wp-content/uploads/2018/04/maxresdefault-7-300x169.jpg)