ସାବଧାନ ! କ୍ରେଡିଟ୍ କାର୍ଡ ବ୍ୟବହାରକାରୀ । ବଢିଲା ପେନାଲ୍ଟି ଚାର୍ଜ, ଜାଣନ୍ତୁ କେତେ ଟଙ୍କା ପାଇଁ ଦେବାକୁ ପଡିବ କେତେ?

269

କନକ ବ୍ୟୁରୋ : ଗତ କିଛି ବର୍ଷ ମଧ୍ୟରେ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଆଜିକାଲି ପ୍ରାୟ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି । ସପିଙ୍ଗଠାରୁ ଆରମ୍ଭ କରି ପେଟ୍ରୋଲ- ଡିଜେଲ ପକାଇବା ପାଇଁ ମଧ୍ୟ କ୍ରେଡିଟ୍ କାର୍ଡର ବ୍ୟବହାର ହେଉଛି । କିନ୍ତୁ, ବର୍ତ୍ତମାନ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଏକ ବଡ ଝଟକା ଦେଇଛି ‘ଆସିଆସିଆଇ ବ୍ୟାଙ୍କ୍’ । ଏବେ ଠିକ୍ ସମୟରେ ଟଙ୍କା ପୈଠ ନକଲେ ଦେବାକୁ ପଡିବ ଅଧିକ ଶୁଳ୍କ । ‘ଲେଟ୍ ପେମେଣ୍ଟ ଚାର୍ଜ’କୁ ବୃଦ୍ଧି କରିଛି ଆଇସିଆଇସିଆଇ ବ୍ୟାଙ୍କ । ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏହି ‘ଲେଟ୍ ପେମେଣ୍ଟ ଚାର୍ଜ’କୁ ବୃଦ୍ଧି କରିବା ପାଇଁ ଆଲୋଚନା କରୁଛନ୍ତି ।
ସୂଚନା ଅନୁଯାୟୀ, ଏହି ନିୟମ ଚଳିତ ବର୍ଷ ଫେବ୍ରୁଆରୀ ୧୦ତାରିଖରୁ ଲାଗୁ କରାଯିବ । ଲେଟ୍ ପେମେଣ୍ଟ ଚାର୍ଜ ସହିତ କ୍ରେଡିଟ୍ କାର୍ଡରୁ ଟଙ୍କା ଉଠାଣ ପ୍ରକ୍ରିୟାବି ପୂର୍ବଠାରୁ ଅଧିକ ମହଙ୍ଗା କରିଦିଆଯାଇଛି । ଏହି ବାବଦରେ ୟୁଜର୍ସଙ୍କୁ ମ୍ୟାସେଜ୍ ଜରିଆରେ ଅବଗତ କରାଇଦିଆଯାଇଛି । ପଠାଯାଇଥିବା ମ୍ୟାସେଜ୍ ଅନୁସାରେ, ଯଦି ଆପଣଙ୍କ ବକେୟା ଟଙ୍କା ୧୦୦ ଟଙ୍କାରୁ କମ୍ ରହିଛି ଆଉ ପେମେଣ୍ଟ କରିବାରେ ବିଳମ୍ବ ହୋଇଛି । ତେବେ ଏଥିପାଇଁ କୌଣସି ‘ଲେଟ୍ ପେମେଣ୍ଟ ଚାର୍ଜ’ ଲାଗିବ ନାହିଁ । କିନ୍ତୁ ଏଥିରୁ ଅଧିକ ବକେୟା ରାଶୀ ଥିଲେ ଆପଣଙ୍କୁ ପୂର୍ବରୁ ଅଧିକ ଶୁଳ୍କ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କେତେ ଟଙ୍କା ପାଇଁ କେତେ ଚାର୍ଜ ଲାଗିବ ।
ଯଦି ଆପଣଙ୍କ ବକୟା ଟଙ୍କା ୧୦୦ରୁ ୫୦୦ ରହିଛି ତେବେ ଆପଣଙ୍କୁ ‘ଲେଟ୍ ପେମେଣ୍ଟ ଚାର୍ଜ’ ୧୦୦ ଟଙ୍କା ଦେବାକୁ ପଡିବ । ୫୦୧ରୁ ୫୦୦୦ ବକୟା ଟଙ୍କା ଥିଲେ ୫୦୦ଟଙ୍କା ଫାଇନ୍ ଦେବାକୁ ପଡିବ । ସେହିପରି ୫ହଜାରରୁ ୧୦ହଜାର ମଧ୍ୟରେ ବକେୟା ଟଙ୍କା ଥିଲେ ୭୫୦, ୧୦୦୦୧ରୁ ୨୫ହଜାର ଭିତରେ ଥିଲେ ଏଥିପାଇଁ ୯୦୦ ଟଙ୍କା ଏବଂ ୨୫୦୦୧ରୁ ୫୦ ହଜାର ଭିତରେ ବକେୟା ଟଙ୍କା ଥିଲେ ଏଥିପାଇଁ ଦେବାକୁ ପଡିବ ୧୨ହଜାର ଟଙ୍କାର ପେନାଲ୍ଟି ।