କନକ ବ୍ୟୁରୋ : ଆଇସିଲ୍ୟାଣ୍ଡରେ ଏବେ ମହିଳାଙ୍କୁ କମ୍ ଦରମା ମିଳିବା ଓ ଲିଙ୍ଗ ଆଧାରିତ ହିଂସାକୁ ସମାପ୍ତ କରିବାକୁ ଆନ୍ଦୋଳନ ତେଜିଛି । ସବୁଠାରୁ ବଡ କଥା ହେଉଛି ଏହି ଆନ୍ଦୋଳନରେ ମହିଳାଙ୍କ ନେତୃତ୍ୱ ନେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ କ୍ୟାଟରିନ୍ ଜାକୋବସଡୋଟର । ଅନ୍ୟ ମହିଳା କର୍ମୀଙ୍କ ସହ ସେ ଆନ୍ଦୋଳନରେ ବସିଛନ୍ତି ।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମ ମୁତାବକ ଏହି ସମୟରେ ଆଇସିଲ୍ୟାଣ୍ଡରେ ହଜାର ହଜାର ମହିଳା ପୁରୁଷଙ୍କ ତୁଳନାରେ କମ୍ ବେତନ, ଲିଙ୍ଗଗତ ହିଂସାକୁ ସମାପ୍ତ କରିବାକୁ ଅନ୍ଦୋଳନ ଜାରି ରହିଛି । ମଙ୍ଗଳବାର ଦିନ ଆଇସିଲ୍ୟାଣ୍ଡର ସମସ୍ତ ସ୍କୁଲ, ଦୋକାନ ବଜାର, ସ୍ୱିମିଂ ପୋଲ ଠାରୁ ଆରମ୍ଭ କରି ସମସ୍ତ ସଂସ୍ଥାନ ବନ୍ଦ ଥିଲା । ଟ୍ରେଡ ୟୁନିୟନ ତରଫରୁ ଏହି ଆନ୍ଦୋଳନ ଆୟୋଜନ କରାଯାଇଛି । ମହିଳା ଓ ଅବିବାହିତ ଲୋକଙ୍କୁ କାମ ସମେତ ଦରମା ଓ ବେତନ ବିହୀନ କାମ କରିବାକୁ ଶ୍ରମିକ ସଂଗଠନ ଆହ୍ୱାନ ଦେଇଥିଲା ।

publive-image

ଆନ୍ଦୋଳନରେ ହଜାର ହଜାର କର୍ମଚାରୀ ସାମିଲ ହୋଇଥିବାରୁ ବିଭିନ୍ନ ସେକ୍ଟରରେ କର୍ମଚାରୀ ଅଭାବ ଦେଖିବାକୁ ମିଳିଥିଲା । ଏହାକୁ ନଜରରେ ରଖି ଟିଭି ଚ୍ୟାନେଲଗୁଡିକ ତାର କାର୍ଯ୍ୟକ୍ରମ ଓ ରେଡିଓ ସେଣ୍ଟରଗୁଡିକ ତାର ପ୍ରସାରଣ କମ୍ କରିଥିଲା । ସମ୍ପୂର୍ଣ୍ଣ ସଟଡାଉନ କାରଣରୁ ସାର୍ବଜନୀକ ପରିହନରେ ବାଧା ଉପୁଜିଥିଲା ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ କ୍ୟାଟରିନ୍ ଜାକୋବସଡୋଟର କହିଛନ୍ତି କି, ସେ ଆନ୍ଦୋଳନ ଚାଲୁଥିବାରୁ ତାକୁ ସମର୍ଥନ ଜଣାଇ ଘରେ ରହିବେ । ଏହାସହ ସେ ଆଶା କରିଛନ୍ତି କି, ତାଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟ ମହିଳାମନ୍ତ୍ରୀମାନେ ଏହି ଆନ୍ଦୋଳନରେ ସାମିଲ ହେବେ ।

publive-image

ଆନ୍ଦୋଳନର ଉର୍ଦ୍ଦେଶ୍ୟ ହେଉଛି ମହିଳାଙ୍କୁ ପୁରୁଷଙ୍କ ତୁଳନାରେ ମିଳୁଥିବା କମ୍ ବେତନ ଓ ଲିଙ୍ଗ ଆଧାରିତ ହିଂସାକୁ ନେଇ ମହିଳାମାନଙ୍କୁ ଜାଗୃତ କରିବା । ଗତ ସପ୍ତାହାରେ ଆଇସିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ କି, ଲିଙ୍ଗଗତ ଅସମାନତା ଲଢେଇ ବହୁତ ଧିମା ହୋଇଯାଇଛି ।