କନକ ବ୍ୟୁରୋ : ମହୁଲରୁ ମହୁଲି ନୁହେଁ , ଏବେ ତିଆରି ହେଉଛି ବିଭିନ୍ନ ଖାଦ୍ୟ ସାମଗ୍ରୀ । ମହୁଲର ବିଭିିନ୍ନ ପ୍ରକାରର ଖାଦ୍ୟ ସବୁ ତିଆରି କରାଯିବା ସହିତ ଅନ୍ୟାନ ଜିନିଷ ମାନ ମଧ୍ୟ ତିଆରି କରାଯାଉଛି । ଖାଦ୍ୟ ସହ ସାନିଟାଇଜର , ଆଇସକ୍ରିମ, କୁରକୁରେ, ସରବତ, ଆଚାର ପ୍ରସ୍ତୁତ କରାଯାୁଛି । ଯାହା କରି ଦେଖାଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଖାଦ୍ୟ ବୈଷୟିକ ବିଜ୍ଞାନ ଓ ପୁ୍ଷ୍ଟି ସାଧନ ସ୍ନାତୋକତର ବିଭାଗ ଟିମ୍ । ବନ ବିଭାଗର ପ୍ରୋତ୍ସାହନରେ ଏହି ସବୁ ସମ୍ଭବ ହୋଇପାରିଛି । ସବୁଠୁ ବଡ଼ କଥା ହେଲା ଏହି ମହୁଲରୁ ପ୍ରସ୍ତୁତ ଖାଦ୍ୟ ମଧୁମେହ ରୋଗୀ ମାନେ ମଧ୍ୟ ଖାଇପାରିବେ ।

Advertisment

ମହୁଲରୁ ଖାଦ୍ୟ ପ୍ରସ୍ତୁତ ପରେ ଏବେ ଏସଏଚଜି ମହିଳା ମାନଙ୍କୁ ତାଲିମ ଦିଆଯାଉଛି । ଏମାନଙ୍କ ମାଧ୍ୟମରେ କିଭଳି ଏହିସବୁ ପ୍ରସ୍ତୁତ ସାମଗ୍ରୀ ବାହାରେ ବିକ୍ରି ହୋଇପାରିବ ସେ ନେଇ ଚାଲିଛି ଯୋଜନା । ଏହା ଦ୍ୱାର ମହୁଲ ବିକ୍ରିର ଅଭାବୀ ବିକ୍ରିି ରୋକାଯିବା ସହିତ ଅନ୍ୟମାନେ ଏଥିରୁ ସ୍ୱାବଲମ୍ବୀ ହୋଇପାରିବେ ।