ଆଇସିଡିଏସ ସୁପରଭାଇଜର ହର୍ଷମଣି ଦେଇ ଗିରଫ : ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କଲା ଭିଜିଲାନ୍ସ

Advertisment
ଆଇସିଡିଏସ ସୁପରଭାଇଜର ହର୍ଷମଣି ଦେଇ ଗିରଫ : ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କଲା ଭିଜିଲାନ୍ସ

କନକ ବ୍ୟୁରୋ : ଲାଂଚ ନେବା ବେଳେ ଧରାପଡିଲେ ଆଇସିଡିଏସ ସୁପରଭାଇଜର । ନୂଆପଡା ସିନାପାଲି ବ୍ଲକ ଆଇସିଡିଏସ ସୁପରଭାଇଜର ହର୍ଷମଣି ଦେଇ ୮୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି । ଅଙ୍ଗନୱାଡି ନିଯୁକ୍ତି ପାଇଁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଏବେ ତାଙ୍କ ଅଁଅଲାଭଟା ନିଜ ଘର, ଖଡିଆଳ ଘର,ସିନାପାଲି ଭଡାଘର ଓ ଅଫିସରେ ଚଢାଉ ଚାଲିଛି ।

ଅଭିଯୋଗ ଅନୁଯାୟୀ, ଏ ଚଢାଉରେ ନୂଆପଡା, ମାଲକାନଗିରି,ନବରଙ୍ଗପୁର,ଜୟପୁର ଭିଜିଲାନସ୍ ଟିମ୍ ସାମିଲ ଅଛନ୍ତି । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ସିନାପାଲି ବ୍ଲକର ଛତିଗୁଡା ସେକ୍ଟରର ସୁପରଭାଇଜର ହର୍ଷମଣି ଦେଇ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ମୂଲଚାଲ କରି ୮୦ ହଜାର ଟଙ୍କା ଦେବାକୁ ଅଭିଯୋଗକାରୀ ବିକାଶ ରଞ୍ଜନ ବାଗ ରାଜି ହୋଇଥିଲେ । ଆଜି ସକାଳେ ସିନାପାଲି ବସଷ୍ଟାଣ୍ଡରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ । ଆଉ ହର୍ଷମଣିଙ୍କ ଠାରୁ ୮୦ ହଜାର ଟଙ୍କା ଜବତ କରାଯାଇଛି । ତାଙ୍କ ନାମରେ ଭିଜିଲାନ୍ସ କେଶ ନମ୍ବର ୨୫/୨୦୨୧ ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe