କନକ ବ୍ୟୁରୋ : କାନପୁର ଟେଷ୍ଟ ଡ୍ର ହେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କାନପୁରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଡ୍ର ହେବା ପରେ ପଏଣ୍ଟ ଟେବୁଲରେ ତଳକୁ ଖସିଛି ଭାରତ । ଟେଷ୍ଟ ଚାମ୍ପିୟନସିପ୍ ୨୦୨୧-୨୦୨୩ର ପଏଣ୍ଟ ଟେବୁଲରେ ଏବେ ଶ୍ରୀଲଙ୍କା ପ୍ରଥମ ସ୍ଥାନରେ ରହିଥିବା ବେଳେ, ପାକିସ୍ତାନ ଦ୍ୱିତୀୟ ଏବଂ ଭାରତ ତୃତୀୟ ସ୍ଥାନକୁ ଖସିଆସିଛି । ବାଂଲାଦେଶ ବିପକ୍ଷ ଟେଷ୍ଟରେ ବାଜିମାତ୍ କରିବା ପରେ ଏବେ ଭାରତକୁ ପଛରେ ପକାଇ ଆଗକୁ ଉଠିଛି ପାକିସ୍ତାନ ।
ଶ୍ରୀଲଙ୍କା ଏଯାଏଁ ମୋଟ୍ ଗୋଟିଏ ମ୍ୟାଚ ଖେଳିଥିବା ବେଳେ ସେଥିରେ ବିଜୟଲାଭ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ସେହିପରି ପାକିସ୍ତାନ ମୋଟ୍ ୩ଟି ଟେଷ୍ଟ ଖେଳିଥିବା ବେଳେ ୨ଟିରେ ବିଜୟ ଏବଂ ଗୋଟିଏରେ ପରାଜୟ ହୋଇଛି । ତେବେ ଭାରତ ମୋଟ୍ ୫ଟି ଟେଷ୍ଟ ଖେଳିସାରିଥିବା ବେଳେ, ୨ଟି ବିଜୟ, ଗୋଟିଏ ପରାଜୟ ଏବଂ ୨ଟି ମ୍ୟାଚ୍ ଡ୍ର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/11-35.jpg)