ବିଶ୍ୱକପ୍ ୨୦୧୯ ! ସେମିଫାଇନାଲରେ ପରାଜୟ ପରେ ବି ଖାଲିହାତରେ ନୁହଁ କୋଟିପତି ହୋଇ ସ୍ୱଦେଶ ଫେରିବ ଟିମ୍ ଇଣ୍ଡିଆ ।

1,760

ବିଶ୍ୱକପ୍ ୨୦୧୯ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଟିମ୍ ଇଣ୍ଡିଆକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା ହେଉଛି । କ୍ରିକେଟ୍ ପ୍ରେମୀ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ସମର୍ଥନ ଏବଂ ସମାଲୋଚନାକୁ ନେଇ ତର୍କବିତର୍କ ଚାଲିଥିବା ବେଳେ ଭାରତୀୟ କ୍ରିକେଟ୍ ଟିମ୍ ପରାଜୟ ପରେ ବି କୋଟିପତି ହୋଇ ସ୍ୱଦେଶ ଫେରିବ । ଅନ୍ତିମ ତଥା ଫାଇନାଲ୍ ମ୍ୟାଚର ବିଜେତା ଟିମକୁ ବିଶ୍ୱକପ୍ ସହ ୪ ମିଲିୟନ୍ ଡଲାର (୨୮ କୋଟି ଟଙ୍କା) ର ଚେକ୍ ଦିଆଯିବ । କିନ୍ତୁ ସେମିଫାଇନାଲରେ ହାରିଥିବା ଟିମ୍ କୁ ୫.୫-୫.୫ କୋଟି ଟଙ୍କା ଦିଆଯିବ । ଆପଣଙ୍କୁ କହିରଖୁଛୁ କ୍ରିକେଟ୍ ବିଶ୍ୱକପ୍ ରେ ପ୍ରଥମଥର ପାଇଁ ଅଧିକ ଟଙ୍କା ପରାଜିତ ଟିମ୍ କୁ ଦିଆଯାଉଛି ।

କ୍ରିକେଟ୍ ବିଶ୍ୱକପର ବିଜୟ ରାଶି :

ବିଶ୍ୱକପ୍ ୨୦୧୯ ର ବିଜୟ ଟିମ୍ କୁ ୨୮ କୋଟି ଟଙ୍କା ପୁରଷ୍କାର ଦିଆଯିବା ସହ ବିଶ୍ୱକପ୍ ଟ୍ରଫି ଏବଂ ଖେଳାଳୀଙ୍କୁ ବିଜେତା ବ୍ୟାଜ୍ ଦିଆଯିବ ।

ବିଶ୍ୱକପ୍ ୨୦୧୯ ଉପବିଜେତା ଟିମ୍ କୁ ୧୪ କୋଟି ଟଙ୍କା ଏବଂ ଖେଳାଳୀଙ୍କୁ ରନରଅପ୍ ବ୍ୟାଜ୍ ଦିଆଯିବ ।

ବିଶ୍ୱକପ୍ ୨୦୧୯ ସେମିଫାଇନାଲ୍ ହାରିବା ଟିମ୍ କୁ ୫.୫-୫.୫ କୋଟି ଟଙ୍କା ଦିଆଯିବ ।

ବିଶ୍ୱକପ୍ ସମୟରେ ଲିଗ୍ ମ୍ୟାଚ୍ ଜିତିବା ଟିମ୍ କୁ ୨୮ ଲକ୍ଷ ଟଙ୍କା ମିଳିବ ।

ବିଜେତା ଟିମ୍ କୁ ମିଳିବ ନାହିଁ ଅସଲି ଟ୍ରଫି :

ବିଶ୍ୱକପ୍ ଟ୍ରଫିର ଓଜନ ୧୧ କିଲୋଗ୍ରାମ୍ ଏବଂ ଉଚ୍ଚତା ୬୦ ସେ.ମି. ହୋଇଥାଏ । ଯାହା ସୁନା ଏବଂ ଚାନ୍ଦିର ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ । ଏହି କପ୍ କୁ ପ୍ରସ୍ତୁତ କରିବା ପାଇଁ ୨ ମାସ ସମୟ ଲାଗିଛି । କପ୍ ରେ ଗୋଟିଏ ଗ୍ଲୋବ୍ ରହିଛି ଯାହା ସମ୍ପୁର୍ଣ୍ଣ ସୁନାରେ ତିଆରି ହୋଇଛି ।

ଏହି ଟ୍ରଫିକୁ ପ୍ରଥମଥର ୧୯୯୯ ରେ ପ୍ରସ୍ତୁତ କରାଯାଇଥିଲା । ଅସଲି ଟ୍ରଫିକୁ ଆଇସିସି ନିଜ ପାଖରେ ରଖି ଛି ଏବଂ ଏହାର ନକଲି ଟ୍ରଫି ବିଜେତା ଟିମ୍ କୁ ଦିଆଯାଏ ।