୨୦୧୯ ବିଶ୍ୱକପ୍: ଜୁନ ୧୬ରେ ନିଜ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ ; ଜାଣନ୍ତୁ ବିଶ୍ୱକପ ଲଢେଇର ପୂରା ସୂଚୀ

Advertisment
୨୦୧୯  ବିଶ୍ୱକପ୍: ଜୁନ ୧୬ରେ ନିଜ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ ; ଜାଣନ୍ତୁ ବିଶ୍ୱକପ ଲଢେଇର ପୂରା ସୂଚୀ

ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍ ଶର୍ମା ପୂର୍ବବତ ଉପଅଧିନାୟକ ପଦରେ ରହିଛନ୍ତି। ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଦିନେଶ କାର୍ତ୍ତିକ, କେଦାର ଯାଦବ,ବିଜୟ ଶଙ୍କର, କେ.ଏଲ୍ ରାହୁଲ, ଯୁଜୁବେନ୍ଦ୍ର ଚହଲ, କୁଲଦୀପ୍ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ୍ ବୁମରା ଏବଂ ରବୀନ୍ଦ୍ର ଜାଡେଜା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍ ଜୁଲାଇ ୧୪ ଯାଏଁ ଚାଲିବ।

publive-imageଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଚଳିତ ବର୍ଷ ବିଶ୍ୱକପରେ ୧୦ଟି ସ୍ଥାନ ପାଇଥିବା ବେଳେ ଭାରତ ନିଜର ବିଶ୍ୱକପ୍ ଅଭିଯାନ ଜୁନ୍ ୫ରୁ କରିବ। ଭାରତୀୟ ଟିମ ଏହି ଦିନ ସାଉଥମ୍ପଟନରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସେହିପରି ଭାରତୀୟ ଟିମ୍ ଜୁନ ୧୬ରେ ନିଜର ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଜୁନ ୧୬ରେ ଭେଟିବ।

ଜୁନ ୦୫: ଦକ୍ଷିଣ ଆଫ୍ରିକା (ସାଉଥମ୍ପଟନ୍)
ଜୁନ ୦୯: ଅଷ୍ଟ୍ରେଲିଆ (ଓଭାଲ)
ଜୁନ ୧୩: ନ୍ୟୁଜିଲାଣ୍ଡ (ନଟିଂହାମ୍)
ଜୁନ ୧୬: ପାକିସ୍ତାନ (ମଂଚେଷ୍ଟର)
ଜୁନ ୨୨: ଆଫଗାନିସ୍ତାନ (ସାଉଥମ୍ପଟନ୍)
ଜୁନ ୨୭: ୱେଷ୍ଟଇଣ୍ଡିଜ୍ (ମଂଚେଷ୍ଟର)
ଜୁନ ୩୦: ଇଂଲଣ୍ଡ (ବର୍ମିଂହାମ)
ଜୁଲାଇ ୦୨: ବାଂଲାଦେଶ (ବର୍ମିଂହାମ)
ଜୁଲାଇ ୦୬: ଶ୍ରୀଲଙ୍କା (ଲିଡସ)
ଜୁଲାଇ ୦୯: ପ୍ରଥମ ସେମିଫାଇନାଲ୍ (ମଂଚେଷ୍ଟର)
ଜୁଲାଇ ୧୧: ଦ୍ୱିତୀୟ ସେମିଫାଇନାଲ୍ (ବର୍ମିହାମ)
ଜୁଲାଇ ୧୪: ଫାଇନାଲ (ଲର୍ଡସ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe