କ୍ରିକେଟପ୍ରେମୀଙ୍କ କ୍ରୋଧକୁ ପାକ୍ କ୍ରିକେଟରଙ୍କ ଡର ! ରଦ୍ଦ କଲେ ସ୍ୱଦେଶ ଫେରିବା ଟିକଟ୍ , ଏକସଙ୍ଗରେ ନୁହଁ ଅଲଗା ଅଲଗା ହୋଇ ଫେରିବେ ପାକିସ୍ତାନ 

477

ଆଇସିସି ବିଶ୍ୱକପ୍ ୨୦୧୯ ରେ ପାକିସ୍ତାନ ଆଜି ବାଙ୍ଗଲାଦେଶ ବିପକ୍ଷରେ ଖେଳିବାକୁ ଯାଉଛି । ହୋଇପାରେ ଯେ ପାକିସ୍ତାନର ମ୍ୟାଚ୍ ଆଜି ଶେଷ ମ୍ୟାଚ ହେବ । ଏଥିମଧ୍ୟରେ ପାକ୍ ମିଡିଆର କହିବାନୁସାରେ ପାକିସ୍ତାନ ଖେଳାଳୀମାନେ କ୍ରିକେଟ୍ ପ୍ରେମୀଙ୍କ କ୍ରୋଧରୁ ନିଜକୁ ବଚାଂଇବା ପାଇଁ ତୁରନ୍ତ ଦେଶ ନ ଲେଉଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାକ୍ ଖେଳାଳୀ ସେ ପର୍ଯ୍ୟନ୍ତ ଦେଶକୁ ଫେରିବେ ନାହିଁ ଯେଉଁ ପର୍ଯ୍ୟନ୍ତ କ୍ର୍ରିକେଟ ପ୍ରେମୀଙ୍କ କ୍ରୋଧ ଶାନ୍ତ ନ ପଡିଛି । ଗଣମାଧ୍ୟମ ରିପୋର୍ଟ ମୁତାବକ , ସରଫରାଜଙ୍କ ଟିମ୍ ର ଅଧିକ ଖେଳାଳୀ ପାକିସ୍ତାନ ନ ଫେରିବା ପାଇଁ ଟିକଟ୍ ରଦ୍ଦ କରିଦେଇଛନ୍ତି ।

ଭାରତରୁ ହାରି ଫେରିବା ପରେ ଅଣ୍ଡା-ଟମାଟ ମାଡ ଖାଇଥିଲେ : ପାକ୍ ନ୍ୟୁଜ୍ ଚ୍ୟାନେଲ୍ ଜିଓ ଟିଭି ମୁତାବକ ସବୁଠାରୁ ଅଧିକ ଆଲୋଚନାର ଶିକାର ହୋଇଥିଲେ ପାକ୍ ବରିଷ୍ଠ ଖେଳାଳୀ ସୋଏବ୍ ମଲ୍ଲିକ । ସେ ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କୁ ବାଏ ବାଏ ମଧ୍ୟ କହିପାରନ୍ତି । ଏହି ମ୍ୟାଚ ତାଙ୍କର ଅନ୍ତିମ ମ୍ୟାଚ୍ ହୋଇପାରେ । ତେବେ ଏକ ଟକ୍ ଶୋରେ ପାକ୍ ପତ୍ରକାର ସେୟଦ୍ ହୁସେନୀ କହିଥିଲେ ଯେ ଏବେ ପାକ୍ କ୍ରିକେଟର୍ ଏଳାସଙ୍ଗେ ସ୍ୱଦେଶ ନ ଫେରି ଅଲଗା ଅଲଗା ହୋଇ ଫେରିବେ । ଜଣେ ପୂର୍ବ କ୍ରିକେଟରଙ୍କ କହିବାନୁସାରେ ଭାରତ ସହ ହାରି ଯେତେବେଳେ ସେ ପ୍ରଥମଥର ପାକ୍ ଆସିଥିଲେ ପ୍ରଶଂସକ ତାଙ୍କୁ ଅଣ୍ଡା ଏବଂ ଟମାଟ ମାରି ସ୍ୱାଗତ କରିଥିଲେ ।