କ୍ରିକେଟ୍ ବିଶ୍ୱକପର ୧୨ ତମ ସଂସ୍କରଣ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଅନେକ ମ୍ୟାଚ୍ ଖେଳାଯାଇଥିବା ବେଳେ ଆଉ କିଛି ମ୍ୟାଚ୍ ଖେଳିବା ପାଇଁ ବାକି ଅଛି । ତେବେ ଏ ସବୁ ଭିତରେ ସାରା ଦୁନିଆର ନଜର ରହିଛି ଭାରତ ବନାମ ପାକିସ୍ତାନ ମ୍ୟାଚ୍ । ମାତ୍ର କେଇ ଘଣ୍ଟାର ପ୍ରତୀକ୍ଷା ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ର ମହାଯୁଦ୍ଧ । ରବିବାର ମେନଚେଷ୍ଟରର ଓଲ୍ଡ ଟ୍ରେଫୋର୍ଡ ଗ୍ରାଉଣ୍ଡରେ ଏହି ଦୁଇ ଟିମ୍ ଅନେକ ଦିନର ଅନ୍ତରାଳ ପରେ ସାମ୍ନାସାମ୍ନି ହେବେ । ବିଶ୍ୱ କ୍ରିକେଟର ଦୁଇ ପ୍ରତିଦ୍ୱନ୍ଦୀ ଯେତେବେଳେ ସାମ୍ନାସାମ୍ନି ହେବେ ସେତେବେଳେ ରୋମାଞ୍ଚ,ଆବେଗ ଏବଂ ଚିନ୍ତା ଦୁଇ ଦେଶର ଖେଳାଳୀ ଏବଂ ପ୍ରଶଂସକଙ୍କ ମଧ୍ୟରେ ରହିବ । ଏହି ମ୍ୟାଚକୁ ଦେଖିବା ପାଇଁ ସାରା ଦୁନିଆ ଚାତକ ପରି ଚାହିଁରହିଛି । ଭାରତ-ପାକିସ୍ତାନର ରୋମାଞ୍ଚ କାରଣରୁ ହିଁ ଏହାର ଟିକଟ୍ ଆକାଶଛୁଆଁ ୫୦ – ୬୦,୦୦୦ ଟଙ୍କା ହେବାକୁ ଲାଗିଛି ।
ବ୍ରିଟେନରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭାରତ-ପାକିସ୍ତାନର ମୂଳବାସିନ୍ଦା ରହୁଛନ୍ତି । ଏହି କାରଣରୁ ଏଠାରେ ଭାରତ-ପାକିସ୍ତାନର ଟିକେଟ୍ ଆକାଶଛୁଆଁ ଦରରେ ପହଁଚିଛି । ମଜା କଥା ହେଉଛି ପ୍ରଥମରୁ ଟିକଟ୍ କିଣିଥିବା ଲୋକ ଏବେ ଚଢା ଦରରେ ଟିକଟ୍ ବିକ୍ରି କରି ଖୁବ୍ ଲାଭ କମାଉଛନ୍ତିି । ଏଭଳି ହିଁ ଟିକେଟ୍ କିଣି ଏହାକୁ ଦ୍ୱିତୀୟଥର ଚଢାଦରରେ ବିକ୍ରି କରୁଥିବା ୱେବସାଇଟ୍ ‘ୱିୟାଗୋଗୋ’ ମୁତାବକ ତା ପାଖରେ ୪୮୦ ଟି ଟିକଟ୍ ରହିଛି । କଂପାନୀ ମୁତାବକ ବ୍ରୋଞ୍ଜ ଏବଂ ସିଲଭର୍ କାଟାଗୋରୀର ଟିକଟ୍ ଯାହାର ଦର ୧୭ ରୁ ୨୭ ହଜାର ରହିଛି ତାହାକୁ ବିକ୍ରି କରାଯାଇଛି ଏବଂ ଶୁକ୍ରବାରରୁ ୫୮ ଗୋଲ୍ଡ ଏବଂ ୫୧ ଟି ପ୍ଲାଟିନମ୍ ଟିକଟ୍ ଉପଲବ୍ଧ ରହିବ । ଯାହାର ଦର ୪୭ ହଜାରରୁ ଆରମ୍ଭ କରି ୬୨ ହଜାର ରହିଛି । ତେବେ କଂପାନୀ ପାଖରେ ଗୋଲ୍ଡର ୫୮ ଏବଂ ପ୍ଲାଟିନମର ୫୧ ଟିକଟ୍ ଉପଲବ୍ଧ ରହିଛି । ରିପୋର୍ଟ ଅନୁସାରେ ଶୁକ୍ରବାର ଗୋଲ୍ଡ ଲେବଲ୍ ର ଟିକଟ୍ ୪.୨୦ ଲକ୍ଷ ଟଙ୍କା (୬ ହଜାର ଡଲାର) ରେ ବିକ୍ରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/TICKET.jpg)
/kanak/media/post_attachments/wp-content/uploads/2019/06/india-pakistan-759-300x167.jpg)
/kanak/media/post_attachments/wp-content/uploads/2019/06/IND-vs-PAK-CWC-2019-784x441-300x169.jpg)