ଫାଇନାଲ୍ ଫାଇଟ୍ ପାଇଁ ବଢୁଛି ଉତ୍କଣ୍ଠା । ୧୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ବିଶ୍ୱକପ୍ ଫାଇନାଲ ଟିକେଟ୍ ।

ଫାଇନାଲ୍ ଫାଇଟ୍ ପାଇଁ ବଢୁଛି ଉତ୍କଣ୍ଠା । ୧୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ବିଶ୍ୱକପ୍ ଫାଇନାଲ ଟିକେଟ୍ ।

image courtesy -Times of India - Indiatimes.com

କନକ ବ୍ୟୁରୋ : ଦୀର୍ଘ ୪୫ ଦିନ ଏବଂ ୪୭ ମ୍ୟାଚ୍ ପରେ ଆଜି ଖେଳାଯିବ ବିଶ୍ୱକପ୍ କ୍ରିକେଟର ଫାଇନାଲ ମୁକାବିଲା । ଲଣ୍ଡନ୍‌ ରବିବାର ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ଲର୍ଡସ ପଡ଼ିଆରେ ଖେଳାଯିବ ଚଳିତ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ । ଆୟୋଜକ ଇଂଲଣ୍ଡ ଫାଇନାଲ୍‌ ଖେଳୁଥିବାରୁ ସ୍ଥାନୀୟ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ଯାଇଛି । ପୂର୍ବରୁ ଘରୋଇ ଦର୍ଶକମାନେ ଟିକେଟ୍‌ କିଣି ନଥିବା ବେଳେ ଏବେ ଟିକେଟ୍‌ ମିଳୁ ନାହିଁ ।

publive-imageଏହାର ଫାଇଦା ନେଇ କିଛି କଳାବାଜାରି ପ୍ରକୃତ ମୂଲ୍ୟଠାରୁ ଢେର ଅଧିକ ଦାମରେ ଟିକେଟ୍‌ ବିକ୍ରି କରୁଥିବା ସୂଚନା ମିଳିଛି । ୨୫୦୦୦ ଟଙ୍କା ମୂଲ୍ୟର ଟିକେଟ୍‌ ଏବେ କଳାବଜାରରେ ପ୍ରାୟ ୧୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଯାହା ପ୍ରକୃତ ମୂଲ୍ୟଠାରୁ ୫୦ ଗୁଣ ଅଧିକ ରହିଛି । ଅନ୍ୟପକ୍ଷରେ ଭାରତ ଫାଇନାଲ୍‌ ଖେଳିବ ବୋଲି ଆଶା ବାନ୍ଧି ଟିକେଟ କିଣି ସାରିଥିବା ଭାରତୀୟ ପ୍ରଶଂସକମାନେ ଦଳ ବିଦା ହୋଇଯିବା ପରେ ଏବେ ଟିକେଟ ପୁନଃବିକ୍ରି କରୁଥିବା ଦେଖାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe