ମହିଳା ଟି-୨୦ ବିଶ୍ୱକପ୍ ଟକ୍କର । ହାଇଭୋଲଟେଜ୍ ମ୍ୟାଚରେ ବାଜି ମାରିନେଲା ମହିଳା ଭାରତୀୟ ଟିମ୍ । କିୱି ଦଳକୁ ଚିତ୍ କରି ହାତେଇଲେ ସେମିଫାଇନାଲ୍ ଟିକେଟ୍ ।

572

କନକ ବ୍ୟୁରୋ: ନିଶ୍ୱାସ ଅଟକିଲା ଭଳି ମ୍ୟାଚ୍ । ସିଂହବାହିନୀ ଭଳି ମହିଳା କିୱି ଦଳକୁ ଚିତ୍ କରି ମହିଳା ଟି-୨୦ ବିଶ୍ୱକପ ସେମିଫାଇନାଲରେ ପହଂଚିଛି ଭାରତୀୟ ମହିଳା ଟିମ୍ । ଆଜି ନ୍ୟୁଜଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତ । ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୩୩ ରନ୍ ସଂଗ୍ରହ କରିଥିଲା । ଭାରତୀୟ ଓପନର ଶେଫାଳୀ ବର୍ମା ସର୍ବାଧିକ ୪୬ ରନ୍ କରିଥିଲେ । ତାଙ୍କ ପଛକୁ ତାନିୟା ଭାଟିଆଙ୍କ ୨୩ ରନ୍ କରିବାରେ ସଫଳ ହୋଇଥିଲେ ।

ତେବେ ୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲେ । ଭାରତୀୟ ଖେଳାଳୀଙ୍କ ଭଲ ବୋଲିଂ ପାଇଁ ଦଳ ବିଜୟ ହାସଲ କରିଛି । ଶେଷ ଓଭରରେ ନ୍ୟୁଜଲାଣ୍ଡକୁ ୧୬ ରନ୍ ଆବଶ୍ୟକ ଥିବା ବେଳେ ଶେଷ ବଲରେ ବିଜୟ ପାଇଁ ୫ରନ ଦରକାର ଥିଲା । କିନ୍ତୁ ଭାରତୀୟ ବୋଲର ଶିକ୍ଷା ପାଣ୍ଡେ ନ୍ୟୁଜିଲାଣ୍ଡକୁ ବିଜୟରୁ ଅଟକାଇବାରେ ସଫଳ ହୋଇଥିଲେ । ଦଳ ୨୦ ଓଭରରେ ୧୨୯ ରନ୍ରେ ସୀମିତ ରହିଥିଲା ।

ଅନ୍ୟପଟେ ଆସନ୍ତା ୫ ମାର୍ଚ୍ଚରେ ଭାରତୀୟ ମହିଳା ଟିମ୍ କାହା ବିପକ୍ଷରେ ସେମିଫାଇନାଲକୁ ସାମ୍ନା କରିବ ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ତେବେ ବର୍ତ୍ତମାନ ମହିଳା ଟିମ୍ ଟ୍ରଫିଠୁ ମାତ୍ର ଗୋଟିଏ ପାଦ ଦୂରରେ ଥିବାବେଳେ ଦଳକୁ ଦେଶବାସୀ ଚାରିଆଡୁ ଶୁଭକାମନା ଜଣାଉଛନ୍ତି ।