୯ ରନରେ ଗଲା ୪ଟି ୱିକେଟ୍ । ଭାରତ ହାତରୁ ବିଜୟ ଛଡେଇ ନେଲା ବାଂଲାଦେଶ ଦଳ । ୧-୧ରେ ବରାବର ରହିଲା ଭାରତ-ବାଂଲାଦେଶ ସିରିଜ୍ । 

୯ ରନରେ ଗଲା ୪ଟି ୱିକେଟ୍ । ଭାରତ ହାତରୁ ବିଜୟ ଛଡେଇ ନେଲା ବାଂଲାଦେଶ ଦଳ । ୧-୧ରେ ବରାବର ରହିଲା ଭାରତ-ବାଂଲାଦେଶ ସିରିଜ୍ । 

କନକ ବ୍ୟୁରୋ: ଡ୍ର’ରେ ଶେଷ ହେଲା ଭାରତ-ବାଂଲାଦେଶ ତୃତୀୟ ଦିନିକିଆ । ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ମାତ୍ର ୧ ରନ୍ ପାଇଁ ବିଜୟରୁ ବଞ୍ଚିତ ହେଇଛି । ଏଥିସହିତ ଆଇସିସି ମହିଳା ଚାମ୍ପିୟନସିପରେ ଚାଲିଥିବା ଏହି ସିରିଜ୍ ୧-୧ ସ୍ଥିତିରେ ଶେଷ ହୋଇଛି ।

ଶନିବାର ବାଂଲାଦେଶ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରେଇ ୨୨୫ ରନ୍ କରିଥିଲା । ଏହାପରେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଦଳ ଏକଦା ୨୧୬ ରନରେ ୬ ୱିକେଟ୍ ହରାଇ ଦୃଢ ସ୍ଥିତିରେ ଥିଲା । ହେଲେ ଏହାପରେ ମାତ୍ର ୯ ରନ୍ ଭିତରେ ଦଳର ୪ଟି ୱିକେଟ୍ ପଡିବା ସହିତ ଭାରତ ମାତ୍ର ୧ ରନ୍ ପାଇଁ ବିଜୟରୁ ବଞ୍ଚିତ ହେଇଥିଲା ।

ଟିମ୍ ଇଣ୍ଡିଆ ପକ୍ଷରୁ ହରଲୀନ୍ କୌର ୭୭ ରନ୍ ଏବଂ ସ୍ମୃତି ମନ୍ଧାନା ୫୯ ରନ୍ କରିଥିଲେ । ଅନ୍ୟପଟେ ବାଂଲାଦେଶ ପକ୍ଷରୁ ନାହିଦା ଅଖତର ୩ଟି ସଫଳତା ପାଇଥିଲେ । ତେବେ ଶେଷ ଆଡକୁ ୨ଟି ୱିକେଟ୍ ନେବା ସହିତ ସେ ଭାରତ ହାତରୁ ବିଜୟ ଛଡାଇ ନେଇଥିଲେ ।

ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୩ ରନ୍ ଆବଶ୍ୟକ ଥିଲା । ହେଲେ ତିନୋଟି ବଲ୍ ପୂର୍ବରୁ ହିଁ ଟିମ୍ ଇଣ୍ଡିଆ ଅଲଆଉଟ୍ ହେଇଯାଇଥିଲା । ତେବେ ଏହି ମ୍ୟାଚରେ ବାଲାଂଦେଶ ପକ୍ଷରୁ ଫରଗାନା ହକ୍ ଶତକୀୟ ଇଂନିସ୍ ଖେଳିବା ସହିତ ବାଲାଂଦେଶର ପ୍ରଥମ ମହିଳା ଶତକଧାରୀ କ୍ରିକେଟର ହେବାର ଗୌରବ ଅର୍ଜନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe